ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୁରୁବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି ୧ ଲକ୍ଷ କୋଭିସିଲ୍ଡ ଟିକା | ଏନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନାମିଳିଛି। ରାଜ୍ୟରେ ଟିକା ଅଭାବ ଥିବାରୁ ଆଜି ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ ଥିଲା | ଆଜି ଟିକା ଆସିବ ପରେ ପୁଣି ରାଜ୍ୟରେ ଟିକାକରଣ ଜାରିରହିବ | ପୁର୍ବରୁ ପରିବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହି ସୂଚନା ଦେଇଥିଲେ ଯେ ୧ ଲକ୍ଷ କୋଭିସିଲ୍ଡ ଡୋଜ ଆଜି ପହଞ୍ଚିବାର ସମ୍ଭାବନା ଅଛି। ଆମେ ଜୁନ୍ ମାସ ପାଇଁ ଟିକା ଗ୍ରହଣ କରିସାରିଛୁ। ସଂଶୋଧିତ ନୀତି ଅନୁଯାୟୀ ରାଜ୍ୟ ପ୍ରତିଦିନ ତିନି ଲକ୍ଷ ହିତାଧିକାରୀଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ। ତେବେ ଆସନ୍ତା କାଲି ରାଜ୍ୟରେ ଆଉ କିଛି ଟିକା ପହଞ୍ଚିବାର ସମ୍ଭାବନା ଥିବାରୁ ଟିକାକରଣ ନିରନ୍ତର ଚାଲିବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବା ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅତିରିକ୍ତ ୬ ଲକ୍ଷ ଡୋଜ କୋଭିଡ ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ।






More Stories
ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ….
୨ରେ ଲଘୁଚାପ…..
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..