ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକାଶଗଙ୍ଗାର ଏହି ଅଦ୍ଭୁତ ଦୃଶ୍ୟ ଦେଖି ଲୋକେ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି। ଅନେକ ଲୋକ ଏହା ଦେଖିବା ସହ ଶେୟାର ମଧ୍ୟ କରୁଛନ୍ତି। ନାସା ପକ୍ଷରୁ ଏକ ଚକ୍ରାକାର ଆକାଶଗଙ୍ଗାର ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଛି। ଏହି ପୋଷ୍ଟକୁ ନାସାର ହବଲ ଟେଲିସ୍କୋପର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ପୋଷ୍ଟ ସହ କ୍ୟାପ୍ସନରେ ଲେଖାହୋଇଛି, “ଚକ୍ରାକାର ଆକାଶଗଙ୍ଗା ଗାଲେକ୍ସି ୮୩, ଯାହାକୁ ଦକ୍ଷିଣ ପିନହ୍ୱିଲ ମଧ୍ୟ କୁହାଯାଏ। ୧୫ ନିୟୁତ ଆଲୋକ ବର୍ଷ ଦୂରରେ ଥିବା ହାଇଡ୍ରା ନକ୍ଷତ୍ରରେ ରହିଥାଏ। ୫୦ ହଜାର ଆଲୋକ ବର୍ଷରେ ବିସ୍ତୃତ ଏହି ଚମତ୍କାର ଆକାଶଗଙ୍ଗା ଜୀବନର ବିଭିନ୍ନ ପର୍ଯ୍ୟାୟରେ କୋଟି କୋଟି ତାରକା ଧାରଣ କରିଥାଏ। ତାରା ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ, ଏହି ହବଲ୍ ପ୍ରତିଛବିରେ ବିସ୍ତାରିତ ଜୀବନ୍ତ ରଙ୍ଗ ଏହି ଆକାଶଗଙ୍ଗାର ବିଭିନ୍ନ ଯୁଗର ତାରାଗୁଡ଼ିକୁ ଦର୍ଶାଏ। ସମୃଦ୍ଧ ମ୍ୟାଜେଣ୍ଟା ଏବଂ ନୀଳ ରଙ୍ଗ ସାମ୍ପ୍ରତିକ ତାରା ଗଠନର କ୍ଷେତ୍ରଗୁଡ଼ିକୁ ସୂଚିତ କରେ, ଯେଉଁଥିରେ ତାରାମାନେ କିଛି ନିୟୁତ ବର୍ଷ ପୁରୁଣା । ହଳଦିଆ କିମ୍ବା କମଳା ଭାଗ ୧୦୦ ନିୟୁତ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ତାରାଗୁଡ଼ିକୁ ସୂଚିତ କରିଥାଏ। ପ୍ରାୟ ୧୮ ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓକୁ ପ୍ରାୟ ୭୦ହଜାର ଲାଇକ୍ ମିଳିଛି। ଏହାସହିତ ଲୋକ ଏଥିରେ ଅନେକ କମେଣ୍ଟ ଦେଇଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..