ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ ସମସ୍ତଙ୍କୁ ଭୟବିତ୍ତ କରିରଖିଥିବା ବେଳେ ନୂଆ ଭାରିଏଣ୍ଟ କୁ ନେଇ ବିଶ୍ୱବାସୀ ଚିନ୍ତାରେ | ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡାକ୍ତର ବିକେ ପଲ ସାମିଲ ହୋଇଥିଲେ । ସେଠାରେ ସେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୂଚନା ଦେଇଛନ୍ତି କି ଏବେସୁଦ୍ଧା ଦେଶର ପ୍ରାୟ ୧୨ ରାଜ୍ୟରେ କରୋନା ଭାଇରସର ଡେଲ୍ଟା ପ୍ଲସ ଭାରିଏଣ୍ଟରେ ୫୬ ଜଣ ସଂକ୍ରମିତ ହୋଇ ସାରିଲେଣି । ତେବେ ଏହି ଭାରିଏଣ୍ଟ ପାଇଁ ଜନସନ ଆଣିଥିବା ଭ୍ୟାକ୍ସିନ ଭଲ କାମ କରିବା କୁହାଯାଉଥିବା ବେଳେ ଏ ନେଇ କଥାବାର୍ତ୍ତା ଚାଲିଥିବା ସେ କହିଛନ୍ତି । ଏହାସହ ଯୋଜନା ଅନୁଯାୟୀ ଏହି ଭ୍ୟାକ୍ସିନର ଉତ୍ପାଦନ ହାଇଦ୍ରାବାଦ ସ୍ଥିତ ବାୟୋଲଜିକାଲ ଇ ରେ କରାଯିବ ବୋଲି ବିକେ ପଲ ସୂଚନା ଦେଇଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..