Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨,୮୦୩ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨୪ ଘଣ୍ଟାରେ ୨, ୮୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯କୁ ବୃଦ୍ଧି ପାଇ ଥିବାବେଳେ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି ୮,୯୦,୭୭୮ ଜଣ । ଦେଶରେ ଏବେ ଆକ୍ଟିଭ କେସ ଅଛି ୨୯,୬୨୦। ଆଜି ସର୍ବାଧିକ ୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ସେହି ପରି ରାଜ୍ୟରେ ଅନ୍ୟ ଜିଲ୍ଲାରେ ଅନୁଗୁଳ୯୭ ଜଣ କରୋନା ସଂକ୍ରମିତ ବାହାରିଥିବାବେଳେ, ବାଲେଶ୍ୱରରୁ ୧୯୫, ବରଗଡ଼ଚ ୧୭, ଭଦ୍ରକରୁ ୧୩୧, ବଲାଙ୍ଗିରରୁ ୩, ବୌଦ୍ଧଚ ୨୧, କଟକରୁ ୪୪୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭ ଯାଜପୁରରୁ ୧୫୩, ଝାରସୁଗୁଡ଼ାରୁ ୭ ଓ କଳାହାଣ୍ଡିରୁ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୬୪, କୋରାପୁଟରୁ ୬୫, ମାଲକାନଗିରିିରୁ ୫୫, ନୂଆପଡ଼ାରୁ ୮, ପୁରୀରୁ ୧୫୪, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୩୨, ସୁବର୍ଣ୍ଣପୁରରୁ ୧୮, ସୁନ୍ଦରଗଡ଼ରୁ ୬୨ ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ବାହାରିଛନ୍ତି ୯୧।

Breaking News