ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଥିଲେ ମଧ୍ୟ ସର୍ବଦା ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ଆଲିୟା କଶ୍ୟପ | ସେ ହେଉଛନ୍ତି ବଲିଉଡ୍ ର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅ | ଆଲିୟା କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି । ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ସ ଫଲୋଅର୍ସ କେଉଁ ସୁପରଷ୍ଟାରଙ୍କ ଠାରୁ କମ୍ ନୁହେଁ । କେତେବେଳେ ଫଟୋ ତ କେତେବେଳେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ଆଲିଆ । ଏହା ପୂର୍ବରୁ ଆଲିଆ ପୁଣି ଡେଟିଂ ଆପ୍ ପାଇଁ ଚର୍ଚ୍ଚାରେ ଆସିଥିଲେ । ଏବେ କିନ୍ତୁ ଆଲିୟା ତାଙ୍କର ପ୍ରଥମ କିସ୍ ବିଷୟରେ ଖୁଲାସା କରିଛନ୍ତି । ଯେଉଁଥି ପାଇଁ ସେ ବର୍ତ୍ତମାନ ହେଡଲାଇନ୍ ପାଲଟିଛନ୍ତି ।
ଆଲିୟା କଶ୍ୟପ ନିଜର ବେବଫା ଅନ୍ଦାଜର ପରିଚୟ ମଧ୍ୟ ଦେଖାଇଛନ୍ତି । ଯେଉଁଥିରେ ଅବନ୍ତୀ ନାଗରାଲର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରାଯାଇଥିଲା । ଆଲିଆ ସେଥିରେ ତାଙ୍କ ପ୍ରଥମ କିସ୍ ବିଷୟରେ କିଛି କହୁଥିବାର ଦେଖିବାକୁ ମିଳିଛି । ସେହି ଭିଡିଓରେ ତାଙ୍କର ବୟଫ୍ରେଣ୍ଡ ସେନ୍ ଗ୍ରୋଗେଇରଙ୍କ ସହ ନଜର ଆସିଥିଲେ । ଭିଡିଓରେ କିଭଳି ତାଙ୍କ ବୟଫ୍ରେଣ୍ଡଙ୍କ ସହ ଏକ ଡେଟିଙ୍ଗ ଆପରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।
ଏହା ସହ ତାଙ୍କର ପ୍ରଥମ ଅନୁଭବ କଣ ରହିଥିଲା ଏବଂ ସେ ୧୪ ବର୍ଷ ବୟସରେ ପ୍ରଥମ ଥର ପାଇଁ କିସ୍ କରିଥିବା କଥା କହିଥିଲେ । ଆଲିୟା ଏହି ବିଷୟରେ କହିଛନ୍ତି କି , ମୁଁ ୧୪ ବର୍ଷ ବୟସର ଥିବାବେଳେ ସବୁଠାରୁ ଖରାପ ଅନୁଭବ ରହିଥିଲା ।
କିଶୋରବସ୍ଥାରେ ବା ଟିନ୍ ଏଜରେ କିପରି ଡେଟ୍ କରିଥିଲେ ତାହା କହିଥିଲେ କି ସେ ମୋର ପ୍ରଥମ ବୟଫ୍ରେଣ୍ଡ ଥିଲେ ଆଉ ମୁଁ ସେତେବେଳେ ୧୩ ବର୍ଷର ଥିଲି । ଏହା ସବୁ ମୋ ଯୋଗୁଁ…. କାହିଁକି ନା ଏହା ପରେ ମୁଁ ପଳାଇ ଆସିଥିଲି .. । ମୁଁ ବହୁତ ଲାଜକୁଳି ଥିଲି । ମୁଁ ତାଙ୍କୁ ସେଠାରେ ଛାଡିକି ପଳାଇଥିଲି । ମୋର ମନେ ଅଛି କି ସେହି ସମୟରେ ମୋର ବେଷ୍ଟ ଫ୍ରେଣ୍ଡ ମୋ ବୟଫ୍ରେଣ୍ଡର ବେଷ୍ଟଫ୍ରେଣ୍ଡଙ୍କୁ ଡେଟ୍ କରୁଥିଲା । ଏଥିପାଇଁ ଆମେ ଷ୍ଟାରବକ୍ସରେ ଆମର ଡବଲ ଡେଟ୍ ରଖିଥିଲୁ । ସେଠାରେ ଆମର ଦୁଇ ଜଣ ସାଙ୍ଗ ମଧ୍ୟ ବ୍ଲାକ୍ କଲରର ହୁଡି ପିନ୍ଧିକି ଷ୍ଟକ କରିବାକୁ ଆସିଥିଲେ।
Discussion about this post