Report Card Odisha

| Daily Odia News

ତୃତୀୟ ଲହର ପାଇଁ ୩ ଦିଗ ଉପରେ ଗୁରୁତ୍ୱ ଦେବା:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଛି | ଏହା ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲାରେ ଧୀରେ ଧୀରେ କମିବ। ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପଯର୍ୟନ୍ତ ଏକ ଗ୍ୟାପ୍ ରହୁଛି । ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ ବୋଲି ଡିଏମ୍ଇଟି କହିଛନ୍ତି । ଅନ୍ୟପଟେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ର ଯାହା ତଥ୍ୟ ଦରକାର ତାହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ତୃତୀୟ ଲହର ଆସୁ କି ନ ଆସୁ, ଏଥିଲାଗି ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଏ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ସ୍ଥିତି ଉପରେ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହରର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପ୍ରାଥମିକ ଲକ୍ଷ୍ୟ। ତେବେ ଫୋକସ ରହିବ ଶିଶୁମାନଙ୍କ ଚିକିତ୍ସା ଉପରେ। ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ। ଯେତେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଅଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Breaking News