ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ଚିନିକଳ କିଣିବାରେ ବ୍ୟାପକ ଅର୍ଥ ହେର୍ଫେର୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିର ଯାଞ୍ଚ୍ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅନୁମତି ଲୋଡିଛନ୍ତି। ଚିନିକଳ ଗୁଡ଼ିକର ଯାଞ୍ଚ୍ ଲାଗି ଇଡ଼ି ପକ୍ଷରୁ ଜୁଲାଇ ୩ରେ ଶାହାଙ୍କ ପାଖକୁ ଚିଠି ଲେଖାଯାଇଛି। ତାଲିକାରେ ୩୦ଟି ଚିନିକଳ ରହିଛି। ସେଥିମଧ୍ୟରେ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ୨ ଟି ଚିନି କଳ ମଧ୍ୟ ରହିଛି। ଏହି କଳ ଦୁଇଟି ବିଦର୍ଭରେ ରହିଛି। ମହାତ୍ମା ଚିନିକାରଖାନା ଓ୍ବର୍ଧା ଜିଲ୍ଲାରେ ଥିବାବେଳେ ଓ୍ବେନ୍ଗଙ୍ଗା କାରଖାନା ଭଣ୍ଡାରା ଜିଲ୍ଲାରେ ରହିଛି। ବନ୍ଦ ପଡ଼ିଥିବା ଏହି ଚିନିକଳକୁ ଗଡ଼କରୀ ୨୦୦୯-୧୦ରେ କିଣିଥିଲେ।






More Stories
ଦିଲ୍ଲୀ ବିମାନବନ୍ଦର ୬ଦିନ ପାଇଁ ବନ୍ଦ…..
ବାପାମା’ଙ୍କ ଯତ୍ନ ନନେଲେ ଦରମା କାଟିବ……
ଯୁଦ୍ଧ ଓ ଶାନ୍ତି ପାଇଁ ଆମେ ପ୍ରସ୍ତୁତ…..