ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ୧୧୧ ଦିନ ମଧ୍ୟରେ ସବୁଠାରୁ କମ୍ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି। ସେହିଭଳି ଦିନକରେ ୫୧,୮୬୪ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଦୈନିକ ସୁସ୍ଥ ହେବା ସଂଖ୍ୟା ଲଗାତର ୫୪ ଦିନ ଧରି ଆକ୍ରାନ୍ତଙ୍କ ଠାରୁ ଯଥେଷ୍ଟ ଅଧିକ ରହୁଛି। ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୨,୯୭,୫୨,୨୯୪ ଜଣ ସୁସ୍ଥ ହୋଇସାରିଲେଣି। କରୋନା ସଂକ୍ରମଣରୁ ସୁସ୍ଥ ହେବା ହାର ୯୭.୧୭%କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଦେଶରେ ସାପ୍ତାହିକ ସଂକ୍ରମଣ ହାର ହାରାହାରି ୨.୪% ରହିଥିବା ଜଣାଯାଇଛି। ସେହି ସମୟରେ ଦୈନିକ ସଂକ୍ରମଣ ହାର ହାରାହାରି ୨.୧୧% ରହିଛି ଏବଂ କ୍ରମାଗତ ୧୫ ଦିନ ହେଲା ଏହା ୩% ତଳେ ରହୁଛି। ଇତିମଧ୍ୟରେ ସମୁଦାୟ ଦେଶରେ ୪୨.୧୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୫.୭୫ କୋଟି ପାନ ଟିକା ଦିଆଯାଇସାରି
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..