ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଗୁରୁବାର ହୋଇଥିବା ପ୍ରଥମ କ୍ୟାବିନେଟ ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଏକ ବଡ଼ ବୟାନ ଆସିଛି | ସେ ପୁଣି ଥରେ ଦୋହରାଇଛନ୍ତି ଯେ, କେନ୍ଦ୍ର ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବ ନାହିଁ ଏବଂ ଅନ୍ୟ ବିକଳ୍ପ ଉପରେ ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିସହ ସେ କୃଷକମାନଙ୍କୁ ସେମାନଙ୍କର ବିରୋଧ ବନ୍ଦ କରିବାକୁ ଏବଂ ଆଲୋଚନା ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ପୂର୍ବରୁ ସରକାର ଏବଂ କୃଷକ ସଂଗଠନମାନଙ୍କ ମଧ୍ୟରେ ୧୧ ଥର କୃଷି ଆଇନ ପ୍ରତ୍ୟାହାରକୁ ନେଇ ଆଲୋଚନା ହୋଇସାରିଛି | ଶେଷ ବୈଠକ ଜାନୁଆରି ୨୨ରେ ହୋଇଥିଲା। ଜାନୁଆରି ୨୬ରେ ଚାଷୀଙ୍କୁ ବିରୋଧ କରି ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସା ପରେ ଆଲୋଚନା ବନ୍ଦ ରହିଛି । ତେବେ ଆଜିର ବୈଠକ ପରେ କୃଷି ମନ୍ତ୍ରୀ ପୁଣି ଥରେ କୃଷକ ସଂଗଠନମାନଙ୍କୁ ଆନ୍ଦୋଳନ ବନ୍ଦ କରି ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି | ଏହା ସହ ସେ କହିଛନ୍ତି କୃଷି ଆଇନ ଲାଗୁହେବା ପରେ ମଧ୍ୟ ମଣ୍ଡି ବ୍ୟବସ୍ଥା ଉଠିବ ନାହିଁ | ଏପିଏମସି ମଣ୍ଡିଗୁଡିକୁ ସରକାର ମଜବୁତ କରୁଛନ୍ତି । କୃଷି ମଣ୍ଡିର ବିକାଶ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରୁଛନ୍ତି । କୌଣସି ପରିସ୍ଥିତିରେ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ।






More Stories
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……
ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !…..
ସିଧା ଏନକାଉଣ୍ଟର…..