ରିପୋର୍ଟ କାର୍ଡ / ପୁରୀ
ଆଉ ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ସହରରେ କର୍ଫ୍ୟୁ ଲଗାଇବା ଯୋଜନା କରିଛି ଜିଲ୍ଲା ପ୍ରଶାସନ। ଜୁଲାଇ ୧୧ ତାରିଖ ରାତି ୮ଟାରୁ ଏହି କର୍ପ୍ୟୁ ଲାଗୁ ହେବ। ଏଥିପାଇଁ ଜିଲ୍ଲାପାଳ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବଡ଼ଦାଣ୍ଡରେ ଥିବା ଲଜ୍, ହୋଟେଲ ସବୁକୁ ତତ୍କାଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପୁରୀ ସହରରେ ଜୁଲାଇ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟରେ ପୁରୀ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଶେଷ କରି ବଡ଼ଦାଣ୍ଡ ଉପରେ କଡ଼ା ନଜର ରହିବ। ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି ବଡ଼ଦାଣ୍ଡରେ ଗଡ଼ି ପାରିବନି। ବଡ଼ଦାଣ୍ଡରେ ଯେଉଁ ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସ୍ ସବୁ ରହିଛି, ସେ ସବୁର ବୁକିଂ ବାତିଲ୍ କରାଯାଇଛି। ଜୁଲାଇ ୧୦ ତାରିଖ ସୁଦ୍ଧା ଏସବୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ କେବଳ ଜରୁରୀକାଳୀନ ସେବା ଦେଉଥିବା ସରକାରୀ କାର୍ଯ୍ୟାଳୟକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟାଳୟ ସହ ଏପରିକି ବଡ଼ଦାଣ୍ଡରେ ଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଏପରିକି ଔଷଧ ଦୋକାନ, ବ୍ୟାଙ୍କ୍ ପ୍ରଭୃତି ମଧ୍ୟ ବନ୍ଦ ରହିବ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଏଥିପାଇଁ ଜିଲ୍ଲାର ୮ଟି ଜାଗାରେ ନାକାବନ୍ଦୀ ବି ଆରମ୍ଭ ହୋଇଛି।
ଏ






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଭିଜିଲାନ୍ସ ଜାଲରେ ରେଞ୍ଜର…..