ରିପୋର୍ଟ କାର୍ଡ / ପାଟନା
କଂଗ୍ରେସର ବରିଷ୍ଠ ନେତା ଶତ୍ରଘ୍ନ ସିହ୍ନା ଖୁବ୍ ଶିଘ୍ର ଟିଏମସିରେ ଯୋଗ ଦେଇପାରନ୍ତି | ସୂତ୍ରରୁ କୁହାଯଇଛି ଯେ, ଜୁଲାଇ ୨୧ରେ ସହିଦ ଦିବସ କାର୍ଯ୍ୟକ୍ରମରେ ସିହ୍ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତ୍ରୁଣମୂଳରେ ଯୋଗ ଦେଇପାରନ୍ତି । ନିକଟରେ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ହିନ୍ଦୀରେ ଏକ ଟୁଇଟ୍ କରିଥିଲେ । ଯାହା ପରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଫେରିପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସୂଚନାନୁସାରେ, ନିକଟରେ ହୋଇଥିବା ବେଙ୍ଗଲ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିଥିବା ତ୍ରୁଣମୂଳ କଂଗ୍ରେସ ପ୍ରତି ତାଙ୍କର ଅଧିକ ଆଶା ବୃଦ୍ଧି ପାଇଛି । ୨୦୨୪ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀ ମୋଦୀଙ୍କ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ । ଯେତେବେଳେ ଏହି ବିଷୟରେ ସିହ୍ନାଙ୍କୁ ଏକ ପ୍ରଶ୍ନ ପଚରାଗଲା, ସେ କିଛି କହିବାକୁ ମନା କରିଦେଇଥିଲେ । କିନ୍ତୁ କହିଥିଲେ ଯେ ‘ରାଜନୀତି ସମ୍ଭାବନା ଅନୁସନ୍ଧାନର ଏକ କଳା’। କୋଲକାତାର ତ୍ରୁଣମୁଲ ନେତାଙ୍କ ଏକ ଗୋଷ୍ଠୀ କହିଛନ୍ତି ଯେ ସେମାନେ ଏ ବାବଦରେ ସିହ୍ନାଙ୍କ ସହ ଆଲୋଚନା କରୁଛନ୍ତି । ଆଲୋଚନା ସଠିକ୍ ଦିଗରେ ଗତି କରୁଛି । ସେ କହିଛନ୍ତି ଯେ ବାନାର୍ଜୀଙ୍କ ସହ ଶତ୍ରୁଘ୍ନ ସିହ୍ନାଙ୍କ ସମ୍ପର୍କ ସର୍ବଦା ଭଲ ରହିଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..