ରିପୋର୍ଟ କାର୍ଡ / ବାଲିଅନ୍ତା
ବଇଁଚୁଆ ପଞ୍ଚାୟତ ଅଧୀନ ବୁଢ଼ାଲୋ ଗ୍ରାମ ସ୍ଥିତ ମା ବୁଢ଼ୀ ଯୁବ ସଂସଦ ପକ୍ଷରୁ ପୂର୍ବବର୍ଷ ପରି ଏବର୍ଷ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏନେଇ ଆଜି ଅପରାହ୍ନରେ ଭଗବତ ମଣ୍ଡପ ପରିସରରେ ବିଭିନ୍ନ ଚାରାରୋପଣ କରାଯାଇଥିଲା। ଜୟଦେବ ବିଧାୟକଙ୍କ ଡ. ଅରବିନ୍ଦ ଢାଲି ଏବଂ ତାଙ୍କ ସହଧର୍ମିଣୀ ମଞ୍ଜୁ ଢାଲି ଙ୍କ ସମେତ ପ୍ରକୃତିବନ୍ଧୁ ନିରଞ୍ଜନ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆମ୍ବ, ଚନ୍ଦନ, ନିମ୍ବ, କଦମ୍ବ ଓ କୃଷ୍ଣଚୂଡ଼ା ଆଦି କିସମର ଚାରା ରୋପଣ କରିଥିଲେ। ସମାଜସେବୀ ଶରତ କୁମାର ଦାସଙ୍କ ତତ୍ବାବଧାନରେ ସୁବାଷ ବାରିକ, ସନ୍ତୋଷ ଦାସ , ଲିଙ୍ଗରାଜ ସାହୁ, ପପୁ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମରେ ସଂରକ୍ଷିତ ସରକାରୀ ଜମିରେ ଚାରା ରୋପଣ କରିବା ନେଇ ଗ୍ରାମବାସୀ ସମୂହ ନିଷ୍ପତ୍ତି ନେଇଥିଲେ।





More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..