Report Card Odisha

| Daily Odia News

ଆଜି ଅପରାହ୍ଣ ୫ଟାରୁ NEET (UG) ପରୀକ୍ଷା ପାଇଁ ଆବେଦନ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET) ପରୀକ୍ଷା ଅନୁଷ୍ଠିତ ହେବ । ଆଜି ଅପରାହ୍ଣ ୫ଟାରୁ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ରେ ଏନ୍‌ଟିଏ ୱେବ୍‌ସାଇଟ୍‌ ଜରିଆରେ ଆବେଦନ କରିପାରିବେ । କୋଭିଡ୍‌ କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ହେବ । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୯୮କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସଂଖ୍ୟା ୧୫୫ ଥିଲା । ୨୦୨୦ ଠାରୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି ।

Breaking News