ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ରେଳକୁ ବାତିଲ କରାଯାଇଛି। ଜୁଲାଇ ୧୫ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ୪ ରେଳ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦ୍ୱୀପ-କଟକ ଏବଂ କଟକ-ଭଦ୍ରକ-କଟକ ବାତିଲ ରହିବ। ମେ ୧୫ରୁ ୧୯ ଯାଏଁ ଭୁବନେଶ୍ୱର- ବଲାଙ୍ଗୀର-ଭୁବନେଶ୍ୱର ଓ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ରେଳ ବାତିଲ ହେବ। ସପ୍ତାହର ଶେଷ ଶନିବାର ଓ ରବିବାର ୧୭ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ଏବଂ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବାତିଲ ରହିବ। ଜୁଲାଇ ୨୪ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏବଂ ପୁରୀ-ଅନୁଗୋଳ ସ୍ୱତନ୍ତ୍ର ରେଳ ବାତିଲ ଓ ଆଂଶିକ ବାତିଲ କରାଯିବ। ଭୁବନେଶ୍ୱରରୁ ରାଜଧାନୀ ସ୍ୱତନ୍ତ୍ର ରେଳ, ବିଶାଖାପଟନମ-ରାୟପୁର-ବିଶାଖାପଟନମ, ବିଶାଖାପଟନମ-କିରାଣ୍ଡୁଲ-ବିଶାଖାପଟନମ, ବିଶାଖାପଟନମ-କାଚେଗୁଡା-ବିଶାଖାପଟନମ,ବିଶାଖାପଟନମ-କଡପା-ବିଶାଖାପଟନମ ଏବଂ ବିଶାଖାପଟନମ-ଲିଙ୍ଗମପଲ୍ଲୀ-ବିଶାଖାପଟନମ ରେଳ ଜୁଲାଇ ୧୫ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପ୍ରତିଦିନ ଚାଲବ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..