ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀ ଗସ୍ତରେ ଯିବେ। ଏହି ଅବସରରେ ସେ ସେଠାରେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ସହ ଶିଳାନ୍ୟାସ କରିବେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମେଡ଼ିକାଲ କଲେଜ ହସ୍ପିଟାଲରେ ୧୦୦ ଶଯ୍ୟାବିଶିଷ୍ଟ ଏମସିଏଚ ୱିଙ୍ଗ୍, ଗୋଡାଉଲିଆ ଠାରେ ଏକ ବିବିଧ ସ୍ତରୀୟ ପାର୍କିଂ ବ୍ୟବସ୍ଥା, ବାରାଣାସୀ ଗାଜିପୁର ଜାତୀୟ ରାଜପଥ ଉପରେ ଏକ ତିନିଲେନ ବିଶିଷ୍ଟ ଫ୍ଲାଏଓଭର ପ୍ରକଳ୍ପ ରହିଛି । ଏହିସବୁ ପ୍ରକଳ୍ପ ପ୍ରାୟ ୭୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେହିଭଳି ପ୍ରାୟ ୮୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଉ କେତେଗୋଟି ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ସେଥିରେ କେନ୍ଦ୍ରୀୟ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ (ସିପେଟ) ସହାୟତାରେ ପ୍ରତିଷ୍ଠା ହେବାକୁ ଥିବା ଏକ କୌଶଳ ଓ ପ୍ରଯୁକ୍ତି ସହାୟକ କେନ୍ଦ୍ର, ଜଳ ଜୀବନ ମିଶନ ଅଧୀନରେ ୧୪୩ଟି ଗ୍ରାମାଞ୍ଚଳ ପ୍ରକଳ୍ପ ଓ ଆମ୍ବ ଓ ଅନ୍ୟାନ୍ୟ ପନିପରିବା ବିକ୍ରୟ ନିମନ୍ତେ କାରଖିଆନଭ ଠାରେ ନିର୍ମିତ ଏକ ସମନ୍ୱିତ କେନ୍ଦ୍ର ସାମିଲ ଅଛି। ସେହିପରି ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ନାମକ ଏକ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କକ୍ଷକୁ ଉଦ୍ଘାଟନ କରିବେ ଯାହା ଜାପାନ ସରକାରଙ୍କ ସହାୟତାରେ ନିର୍ମିତ ହୋଇଛି। ଏହା ପରେ ବିଏଚୟୁର ମାତୃ ଓ ଶିଶୁ ସହାୟତା କେନ୍ଦ୍ର ପରିଦର୍ଶନ କରିବେ। ଏହି ଅବସରରେ ସେ ସେଠାକାର ଅଧିକାରୀ ଓ ମେଡ଼ିକାଲ କର୍ମଚାରୀମାନଙ୍କ ସହିତ କୋଭିଡ଼ ସଂକ୍ରମଣ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..