ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ମନ ପ୍ରସନ୍ନ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସରକାରୀ ଧନ ମିଳିପାରେ।
ବୃଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ; ମାତ୍ର ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ଲାଭ ମିଳିବ।
ମିଥୁନ: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ଆଦର୍ଶବାଦୀ ହେବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। କୃଷିକ୍ଷେତକୁ ତ୍ବରାନ୍ବିତ କରିବେ। ପାଣି ପ୍ରତି ଆଦର। ପ୍ରେମୀ ଓ ବୁଦ୍ଧିମାନ ହେବେ।
କର୍କଟ: ମନ ପ୍ରସନ୍ନ ରହିବ। ସର୍ବତ୍ର ବିଜୟୀ ହେବେ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ସାମାନ୍ୟ ଥଣ୍ଡାକଫରେ ପୀଡ଼ିତ ହେବା ଆଶା କରାଯାଏ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ ହେବେ।
ସିଂହ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହେବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି। ମିତ୍ରଙ୍କ ସାନ୍ନିଧ୍ୟରୁ ବିଶେଷ ଉପକୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଐଶ୍ବର୍ଯ୍ୟାପ୍ରାପ୍ତିର ସୁଯୋଗ ଅଛି। ମୋକଦ୍ଦମାରେ ବିଜୟୀ ହୋଇ ଧନଲାଭର ସୂଚନା ମିଳୁଛି। ଉତ୍ତମ ଗୁଣର ଅଧିକାରୀ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବାର ଆଶା ଅଛି।
ତୁଳା: କେହି ଦୁବୃତ୍ତ ଆପଣଙ୍କ ପଦକ୍ଷେପକୁ ବିରୋଧ କରିବାକୁ ଉଦ୍ୟମ ଚଳାଇ ପାରନ୍ତି। ଥଣ୍ଡାକଫରେ ସାମାନ୍ୟ ଆକ୍ରାନ୍ତ ରହିବେ। ମଧୁର କଥାରେ ପରକୁ ଆପଣାର କରିବାରେ ପାରଙ୍ଗମ ହେବେ। ଅନ୍ୟର ଉପକାର କରିପାରନ୍ତି।
ବିଛା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ବୀ ହେବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅଧିକ ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସନ୍ତାନମାନେ ଗୁଣବାନ୍ ଓ ସମ୍ପତ୍ତି ଯୁକ୍ତ ହୋଇପାରନ୍ତି।
ଧନୁ: ସୁଖ-ସନ୍ତୋଷ ମିଳିବ। କୁଳପ୍ରଦୀପ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ବଢ଼ିବ।
ମକର: ଭ୍ରମଣ ସୁଖ ମିଳିପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଧର୍ମାତ୍ମା, ଶାସ୍ତ୍ରଜ୍ଞ, ଜ୍ଞାନୀ, ସାହସୀ, ବିଦ୍ବାନ ଓ ସମ୍ପତ୍ତିବାନ ହୋଇପାରନ୍ତି।
କୁମ୍ଭ: ସାମାନ୍ୟ ସ୍ବାସ୍ଥ୍ୟହାନି ଆଶାଙ୍କା ରହିଛି। ସ୍ବାଭିମାନୀ ହୋଇପାରନ୍ତି। ଦୈନନ୍ଦିନ ଦେଖାଚାହଁା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ।
ମୀନ: ବନ୍ଧୁ ସହଯୋଗ ଦ୍ବାରା ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିୟୋଜିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। କୃତକାର୍ଯ୍ୟ ହୋଇପାରନ୍ତି।
Discussion about this post