Report Card Odisha

| Daily Odia News

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ:ସ୍ବାସ୍ଥ୍ୟ ନିର୍ଦ୍ଦେଶକ ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶ୍ବରେ କିଛି ଦେଶର ସଂକ୍ରମଣ ହାର ବଢୁଛି । ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଛି କିନ୍ତୁ ସଂକ୍ରମଣ ବଢୁଛି । ଆମେ ପୂର୍ବରୁ ବି ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି । ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡିବ । ଏହି ସଜାଗ କହିଲେ ସ୍ବାସ୍ଥ୍ୟ ବିଭାଗ ବା ସରକାରଙ୍କ ପକ୍ଷରୁ କିଛି ଆକ୍ଟିଭିଟି କରାଯିବ । କମ୍ୟୁନିଟି ବି ତାକୁ ମାନିବେ । କିଛି ଏନଫୋର୍ସମେଣ୍ଟ ହେବ । ଏହିଭଳି ଯାହା କାର୍ଯ୍ୟ ଅଛି ତାହା ଚାଲିବ । ଆମେ ସମସ୍ତେ ସମସ୍ତଙ୍କର ଦାୟିତ୍ବ ନିର୍ବାହ କରିବା ଦରକାର । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମର ସର୍ଭିଲାନ୍ସ ଟିମ୍ ପ୍ରସ୍ତୁତ ଅଛନ୍ତି । ଟେଷ୍ଟିଂକୁ ବଢ଼ାଇବା କାର୍ଯ୍ୟ ଜାରି ରହିଛି । ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ମାତ୍ର ଟିକା ନିଅନ୍ତୁ ବା ନନିଅନ୍ତୁ କି ରୋଗ ଥାଉ କି ନଥାଉ ଆପଣମାନେ କୋଭିଡ୍ କଟକଣା ମାନନ୍ତୁ । କାରଣ କୋଭିଡ୍ ଏବେ ବି ଆମ ପରିବେଶ ଭିତରେ ବୁଲୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ଆମ ରାଜ୍ୟରେ ସେକେଣ୍ଡ ୱେଭ ଜାରି ରହିଛି । ବିଭିନ୍ନ ସମୟରେ ଏହା ଉପର ତଳ ହେଉଛି । ବିଶେଷ କରି ଆମର କଟକ, ଭୁବନେଶ୍ବର ପାଇଁ କିଛିଟା ଚିନ୍ତା ରହିଛି । ଆମେ ଆହୁରି ଏନଫୋର୍ସମେଣ୍ଟ କରିବାକୁ ଚିନ୍ତା କରୁଛୁ । ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି । ମାତ୍ର ସେହି କ୍ଷେତ୍ରରେ ସିଭିୟରିଟି କମ୍ ରହୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Breaking News