ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନ୍ସିପି ସୁପ୍ରିମୋ ଶରଦ ପାଓ୍ବାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଦିଲ୍ଲୀ ସ୍ଥିତ ବାସଭବନରେ ଉଭୟଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି ବୈଠକ ଚାଲିଥିଲା । ପ୍ରଧାନମନ୍ତ୍ରୀ ଓ ଶରଦ ପାଓ୍ବାରଙ୍କ ବୈଠକକୁ ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗତ ମାସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଶରଦଙ୍କ ଏହି ସାକ୍ଷାତକାର ପରେ ଚର୍ଚ୍ଚା ଜୋର ଧରିଛି| ଅନ୍ୟପଟେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସ୍ଥାନ ନମିିଳିବା ଓ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ସମିକରଣ କୌଣସି ସମୟରେ ବଦଳିପାରେ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ଶିବସେନାର ମୁଖପାତ୍ର ସଂଜୟ ରାୱତ କହିଥିଲେ ଯେ, ବିଜେପି ଅଛୁଆଁ ନୁହେଁ କି ବିଜେପି ସହିତ ଶିବସେନାର ଥିବା ସଂପର୍କରେ ତିକ୍ତତା ନାହିଁ । ଯଦି ମହାରାଷ୍ଟ୍ରରେ ସରକାର ଭାଙ୍ଗି ଶିବସେନା ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ କଥା ୫୦-୫୦ରେ ଛିଡିବ | କିନ୍ତୁ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ଏବେ ମିଳିବ ନାହିଁ । ଯଦି ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ ଦେବେନ୍ଦ୍ର ଫର୍ଡନଭିସ୍ ମୁଖ୍ୟମନ୍ତ୍ରୀ ପାଇଁ ବାଟ ଖୋଲା | ଯଦି ଦେଖିବା ଅନ୍ୟପଟେ ଶରଦ ପାୱାର ରାଷ୍ଟ୍ରପତି ପଦ ମୋହରେ ଶିବସେନା ଓ କଂଗ୍ରେସ ସହିତ ଥିବା ମେଣ୍ଟରୁ ବାହାରି ଆସି ପାରନ୍ତି । ଫଳରେ ଦଳ ବିଜେପି ସହିତ ରାଜ୍ୟରେ କ୍ଷମତାରେ ରହିବା ସହ ପାୱାରଙ୍କୁ ରାଷ୍ଟ୍ରପତି ପଦ ମିଳିଯିବା ବି କିଛି ଅସମ୍ଭବ ନୁହଁ |
Discussion about this post