Report Card Odisha

| Daily Odia News

କୋଭିଡ଼ କଟକଣା ଭାଙ୍ଗିଲେ କାର୍ଯ୍ୟାଳୟ ସିଲ୍‌:ବିଏମସି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଠୋର ହେଲା ବିଏମସି | କୋଭିଡ଼ କଟକଣା ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ | ଫାଇନ୍‌ ଆଦାୟ ସହ ଆବଶ୍ୟକ ପଡିଲେ ସଂପୃକ୍ତ ଅନୁଷ୍ଠାନକୁ ସିଲ୍‌ କରାଯିବ । ସୋମବାର ଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପୂର୍ଣ୍ଣମାତ୍ରାରେ ଖୋଲିବା ପୂର୍ବରୁ ଏପର ସତର୍କ କରାଇଛି ବିଏମ୍‌ସି। ପୋଲିସ ଏବଂ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଚାନକ କାର୍ଯ୍ୟାଳୟରେ ଚଢାଉ କରିବ । ଯଦି କେହି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି । ତେବେ ତୁରନ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କରୋନା କଟକଣା ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟଳାୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିଛି ସରକାରୀ ଅନୁଷ୍ଠାନ ବନ୍ଦ ଥିବା ବେଳେ ଆଉ କିଛି ଅନୁଷ୍ଠାନ ମାନଙ୍କରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ କାର୍ଯ୍ୟପାଇଁ ନିର୍ଦ୍ଦେଶ ଦେଇଥିଲେ । କରୋନା ଦ୍ୱିତୀୟ ଲହରୀ ସାମାନ୍ୟ ଅସ୍ବସ୍ତି ମିଳିବ ପରେ ସୋମବାରୁ ଠାରୁ ସମସ୍ତ ସରକାରୀ ଅଫିସ ଖୋଲୁଛି । ପୂର୍ଣ୍ଣମାତ୍ରାରେ ଅଫିସ ଚାଲିବା ସହ ଦ୍ୱିତୀୟ ଡୋଜ ନେଇଥିବା କର୍ମଚାରୀ ଅଫିସ ଆସିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିୟମ ଜାରି କରାଯାଇଛି । ସୋମବାରଠାରୁ ରାଜଧାନୀରେ ପ୍ରାୟ ସମସ୍ତ ଅଫିସ ଖୋଲିଛି । ତେବେ ସବୁ ସରକାରୀ ଏବଂ ବେସରକାରୀ ଅଫିସରେ କର୍ମଚାରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ସାନିଟାଇଜରରେ ହାତ ସଫା କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି । ଏହା ସହ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ କୋଭିଡ ନିୟମକୁ କଡାକଡି ପାଳନ କରିବା ଚେତାଇ ଦିଆଯାଇଛି । ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ କମିଶନରେଟ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ସୋମବାର ଠାରୁ ବିଭିନ୍ନ କାର୍ଯ୍ୟାଳୟରେ ଅଚାନକ ଚଢଉ କରିବା ସହ କଟକଣା ଭାଙ୍ଗୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ । ଏହା ସହ ଆବଶ୍ୟକ ପଡ଼ିଲେ ସଂପୃକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଧିକାଂଶ କାର୍ଯ୍ୟାଳୟରେ ନିୟମ ଭଙ୍ଗ କରାଯାଉଥିବା ବେଳେ ଏପରି ପଦକ୍ଷେପ ନେଇଛି ବିଏମ୍‌ସି । ଏହା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ସଂକ୍ରାମକ ରୋଗ ଆଇନ୍‌ ଭାଗ ୨(୧) ଅନୁଯାୟୀ ଦୃଢ ପଦକ୍ଷୋପ ନେବା ପାଇଁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ସେହିପରି କୌଣସିଠାରେ ନିୟମର ବାରମ୍ବାର ଉଲ୍ଲଙ୍ଘନ କରିବା ଦୃଷ୍ଟିକୁ ଆସିଲେ ସେ କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ସାଙ୍ଗକୁ ସଂପୃକ୍ତ କାର୍ଯ୍ୟାଳକୁ ସିଲ୍‌ କରାଯିବ । ସୋମବାରଠାରୁ ଓଡିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟରେ ସଂପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ କୋଭିଡ୍‌ ନିୟମର କଡ଼ା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Breaking News