ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହୋଇଛି କଟକ, ଭୁବନେଶ୍ୱରର ବିଭିନ୍ନ ରୁଟରେ ମୋ ବସ୍ ସେବା | ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଟୁଇନ ସିଟି ରେ ମୋ ବସ୍ ଚଳାଚଳ କରିବ। କରୋନା ନିୟମ ମାନି ବସ୍ ଭିତରେ କୌଣସି ଯାତ୍ରୀ ଠିଆ ହୋଇ ଯିବେ ନାହିଁ । ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ପରିବହନ ପାଇଁ ନିର୍ଦ୍ଦେଶ ରହିଛି । ଯାତ୍ରୀ ବସିବା ପୂର୍ବରୁ ମୋ ବସକୁ ସାନିଟାଇଜ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ମୋ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ । ୧୬ଟି ରୁଟରେ ୮୭ଟି ବସ ସେବା ଆରମ୍ଭ ହୋଇଛି । ସୋମବାର ଠାରୁ ଶୁକ୍ରବାର ଯାଏ ଯାତ୍ରୀଙ୍କୁ ମିଳିବ ମୋ ବସ୍ ସେବା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିଥିଲା ମୋ ବସ୍ । ଏବେ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ମୋ ବସ୍ ଚଳାଚଳ ଆରମ୍ଭ କରିଛି କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ |
Discussion about this post