Report Card Odisha

| Daily Odia News

ସିଂହଦ୍ଵାର ନିକଟରେ ତିନି ରଥ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସିଂହଦ୍ଵାର ନିକଟକୁ ବାହୁଡ଼ି ଆସିଛି ତିନି ରଥ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା। ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି। ଆଜି ଭକ୍ତମାନେ ଘରେ ରହି ଟିଭିରେ ଶ୍ରୀଜୀଉଙ୍କ ବାହୁଡ଼ା ପର୍ବର ଦର୍ଶନ କରିଥିଲେ। କର୍ଫ୍ୟୁକୁ ପୁରୀ ସହରବାସୀ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ଆସନ୍ତାକାଲି ରଥାରୂଢ ଶ୍ରୀବିଗ୍ରହଙ୍କ ଅନନ୍ୟ ଓ ଦୁର୍ଲଭ ସୁନାବେଶ ହେବ।ଉଚ୍ଛନ୍ନ ଥିଲେ ଲକ୍ଷ୍ମୀକାନ୍ତ। ଆଜି ସକାଳ ୭.୪୦ ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୦.୨୦ରେ ଶେଷ ହୋଇଥିଲା। ୧୦.୨୫ ରୁ ୧୦.୪୫ ମଧ୍ୟରେ ମଦନମୋହନ, ରାମ କୃଷ୍ଣ ବିଜେ ହୋଇଥିଲେ। ଏହାପରେ ଗଜପତି ମହାରାଜ ତାମଯାନରେ ରଥ ନିକଟକୁ ଆସି ତିନି ରଥରେ ଛେରାପହଁରା କରିଥିଲେ। ଚାରମାଳ ଖୋଲାଯାଇ ଘୋଡା ଯୋଚାଯିବା ପରେ ପ୍ରଥମେ ୧୨.୨୦ରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ, ପରେ ପରେ ୧୨.୫୫ ଦେବଦଳନ ଗଡ଼ିଥିଲା। ଅପରାହ୍ନ ୧.୨୦ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାର ଅଭିମୁଖେ ଗଡ଼ିଥିଲା।

Breaking News