Report Card Odisha

| Daily Odia News

ଆଫଗାନିସ୍ତାନର ୮୫ ଭାଗ ନେଇସାରିଲାଣି ତାଲିବାନ……

FILE PHOTO: Afghan security forces inspect the site of a car bomb attack in Kandahar province, Afghanistan, July 6, 2021. REUTERS/Stringer

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନର ୮୫ ପ୍ରତିଶତ ନିଜ ଅକ୍ତିଆରକୁ ନେଇସାରିଲାଣି ତାଲିବାନ। ଆଉ ବାକି ୧୫ ପ୍ରତିଶତକୁ ହାତେଇବାକୁ ତାଲିବାନ ଯୋଜନା ଚଳାଇଛି । ତାଲିବାନ ଓ ଆଫଗାନିସ୍ତାନର ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ତେଜିବାରେ ଲାଗିଛି। ବର୍ତ୍ତମାନର ବିବାଦର ସ୍ଥିତି ଉପରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ ବିସ୍ମିଲ୍ଲାହୀ ରେହମାନୀ ରହୀମ ଆମେ ଆଫଗାନିସ୍ତାନର ୮୫ ପ୍ରତିଶତ ହାତେଇ ସାରିଲୁଣି ଏବଂ ଖୁବ୍ ଶୀଘ୍ର ବାମ ୧୫ ପ୍ରତିଶତ ନିଜ ଅଧୀନକୁ ଆଣିବୁ। ତେବେ ଏଥିରେ ପାକିସ୍ତାନର ଆଇଏସଆଇ ଗୋଷ୍ଠୀର ଏଥିରେ କୌଣସି ଭୂମିକା ନାହିଁ ବୋଲି ସଫା ସଫା କହିଛି ତାଲିବାନ। ଏହା ଆମ ନିଜସ୍ବ ଲଢେଇ ବୋଲି କହିଛି । ଏହାସହ ତାଲିବାନ ଆହୁରି ମଧ୍ୟ କହିଛି ଯେ, “ଆମେ ଆଫଗାନିସ୍ତାନର ମହିଳା ଏବଂ ପୁରୁଷମାନଙ୍କୁ ସେମାନଙ୍କର ସମସ୍ତ ଅଧିକାର ଦେବୁ ଯେଉଁଥିପାଇଁ ସେମାନେ ଯୋଗ୍ୟ।”

Breaking News