ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ସଂସଦରେ ମୌସୁମୀ ଅଧିବେଶନର ୪ର୍ଥ ଦିନ। ପୋଗାସସ୍ ମାମଲାକୁ ନେଇ ଗୁରୁବାର ସଂସଦର ଦୁଇ ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ। ଏହାପରେ ରାଜ୍ୟ ସଭା ଓ ଲୋକ ସଭା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ଦୁଇ ସଦନରେ ବିରୋଧୀ ଦଳ ଜୋରଦାର ହଟ୍ଟଗୋଳ କରିଥିଲେ। ଅଶୋଭନୀୟ ଆଚରଣ ପାଇଁ ତୃଶମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ଶାନ୍ତନୁ ସେନଙ୍କୁ ପୂରା ଅଧିବେଶନ ପାଇଁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କିଆ ନାଇଡୁ ନିଲମ୍ବିତ କରିଛନ୍ତି। ଟିଏମ୍ସି ଏମ୍ପିଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ନିଲମ୍ବନକୁ ନେଇ ଟିଏମ୍ସି ଓ ଅନ୍ୟ ବିରୋଧୀ ଦଳ ଉଭୟ ଗୃହରେ ହୋହାଲ୍ଲା କରିଥିଲେ। ଲଗାତର ହୋହାଲ୍ଲା ଯୋଗୁ ଫଳରେ ଜୁଲାଇ ୨୬ ଅର୍ଥାତ୍ ସୋମବାର ଯାଏ ଲୋକ ସଭା ଓ ରାଜ୍ୟ ସଭାକୁ ମୁଲତବୀ ରଖାଯାଇଛି।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..