ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ରାୟଗଡ ଜିଲ୍ଲାର ପ୍ରବଳ ବର୍ଷା ହେବା ଯୋଗୁଁ ଭୂସ୍ଖଳନ ହୋଇଛି | ବର୍ତ୍ତମାନ ସୁଦ୍ଧା ୪୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି | ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି | ଗତ କିଛି ଦିନ ହେବ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲଗାତାର ବର୍ଷା ହୋଇଛି, ଯେଉଁଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତି ଉପରେ ନଜର ରଖିଛନ୍ତି।






More Stories
ବିଜେପି ସଭାପତି ପାଇଁ ୧୯ରେ ନାମାଙ୍କନ…..
ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର…..
ଆଜି ମହାରାଷ୍ଟ୍ର ପୌର ନିଗମର ନିର୍ବାଚନ ଫଳ…..