Report Card Odisha

| Daily Odia News

ମହାରାଷ୍ଟ୍ରରେ ଭୁ-ସ୍ଖଳନ ଘଟି ୧୫୫ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ଭୁ-ସ୍ଖଳନ ହୋଇଛି। ତିନି ଚାରିଦିନ ଧରି ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଭୁ-ସ୍ଖଳନ ଘଟି ୧୫୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହଛଡ଼ା ବନ୍ୟାସ୍ଥିତି ଯୋଗୁ ଅନେକ ଅଞ୍ଚଳ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଛି । ଏବେ ବି ଶହେରୁ ଅଧିକ ଲୋକ ନିଖୋଜ ରହିଛନ୍ତି । NDRFର ୩୪ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ରତ୍ନଗିରି, ରାୟଗଡ଼ ଆଦି ଜିଲ୍ଲାରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ଘର ଭିତରେ ବର୍ଷା ପାଣି ଲହଡ଼ି ଖୋଳୁଛି । ଏବେ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ ୧ ଲକ୍ଷ ୩୫ ହଜାର ୩୨୩ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସଙ୍ଗାଳୀ, କୋହ୍ଲାପୁର, କୋଙ୍କଣ, ଚିପଲୁମ ଜିଲ୍ଲାରୁ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନଡିଆରଏଫ୍ ସହ ବାୟୁସେନା ମଧ୍ୟ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ମୃତ ଓ ଆହତଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଆଗାମୀ ୨୪ ଘଣ୍ଟା ଯାଏ ପ୍ରବଳରୁ ଅତିପ୍ରବଳ ହେବା ଆଙ୍କା ଥିବାରୁ ମହାରାଷ୍ଟ୍ରର ୬ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

Breaking News