ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୪୯ ଏବଂ ସ୍ଥାନୀୟ ସଂକ୍ରମିତ ୬୮୮ ଜଣ ରହିଥିବା ଜଣାଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯,୧୮୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୮,୩୮୧ ଥିବାବେଳେ ୯,୪୫,୧୭୭ ଜଣ ସୁସ୍ଥ ହୋଇଛନ୍ତି। ଆଜିର ଚିହ୍ନଟ ସଂକ୍ରାମିତନଙ୍କ ମଧ୍ୟରେ ରହିଛନ୍ତି ଅନୁଗଳ ଜିଲ୍ଲାରୁ ୧୦୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୫୭, ବରଗଡ ୧୧, ଭଦ୍ରକ ୭୧ ଏବଂ ବଲାଙ୍ଗିରରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ବଉଦ ରୁ ୯, କଟକ ୨୫୦, ଦେବଗଡ ୪, ଢେଙ୍କାନାଳ ୫୦, ଗଞ୍ଜାମ ୧୬, ଜଗତସିଂହପୁର ୮୫, ଯାଜପୁର ୮୦, ଝାରସୁଗୁଡା ୬, କଳାହାଣ୍ଡି ୭, କନ୍ଧମାଳ ୩୬ ଓ କେନ୍ଦ୍ରାପଡାରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦୁଝର ଜିଲ୍ଲାରୁ ୧୮, ଖୋର୍ଦ୍ଧା ୩୫୦, କୋରାପୁଟ ୯, ମାଲକାନଗିରି ୯, ମୟୁରଭଞ୍ଜରୁ ୭୫, ନବରଙ୍ଗପୁର ୯, ନୟାଗଡ ୩୯, ପୁରୀ ୭୮, ରାୟଗଡା ୧୪, ସମ୍ବଲପୁର ୧୩, ସୋନପୁର ୧୧, ସୁନ୍ଦରଗଡ ୬୧ ଏବଂ ଷ୍ଟେଟପୁଲରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି।
More Stories
ଭତ୍ତା ବଢାଇଲେ ମୋହନ ସରକାର…..
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..