Report Card Odisha

| Daily Odia News

ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ:ଡିଏମ୍‌ଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନାର ୨ୟ ଲହର ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ । କେବେ ଆସିବ, ତାର କଣ ପ୍ରଭାବ ରହିବ ସେ ନେଇ ଵିଶେଷ ସୂଚନା ନାହିଁ ବୋଲି କହିଛନ୍ତି ଡିଏମ୍‌ଟି ସିବିକେ ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହୁଛି । ତାହା ୧୬ଶହ ରୁ ୨ହଜାର ଭିତରେ, ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଯାଇଛି । ତେବେ କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ମହାମାରୀ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର । ଏହି ମହାମାରୀ ଶେଷ ହେବା ପରେ ଡେଥ ସଂଖ୍ୟାର ହିସାବ ଦିଆଯାଇଥାଏ । ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ପଦ୍ଧତିକୁ ଆପଣେଇଛନ୍ତି । ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡ଼ ଲାଇନ ଅନୁପାଳକୁ ଦେଖି ନିଷ୍ପତ୍ତି ନେବୁ । ସମସ୍ତଙ୍କୁ ସତର୍କତା ସହ କୋଭିଡ଼ ନିୟମ ମାନିବାକୁ ପଡ଼ିବ ।

Breaking News