Report Card Odisha

| Daily Odia News

ଟୋକିଓରେ ରୌପ୍ୟ ପଦକ ଜିତି ସ୍ବଦେଶ ଫେରିଲେ ମୀରାବାଈ ଚାନୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ‍ଭାରତ ପାଇଁ ଇତିହାସ ରଚିଛନ୍ତି ମୀରାବାଈ ଚାନୁ | କୋଚଙ୍କ ସହ ମୀରାବାଈ ସୋମବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପି ଉଠିଥିଲା ବିମାନବନ୍ଦର। ଶନିବାର ଟୋକିଓ ଅଲିମ୍ପିକ୍ସରେ ୪୯ କେ.ଜି. ଇଭେଣ୍ଟରେ ସେ ମୋଟ ୨୦୨ କେ.ଜି. ଉଠାଇ ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ୪୯ କେଜି ବର୍ଗରେ ଭାରୋତ୍ତୋଳନରେ ଚାନୁଙ୍କୁ ମିଳିଥିଲା ରୌପ୍ୟ ପଦକ। ଏହାପୂର୍ବରୁ ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଚାନୁଙ୍କ ଏହି ସଫଳତା ପରେ ଦେଶରେ ଖେଳି ଯାଇଛି ଖୁସିର ଲହରି। ମୀରାବାଈ ଚାନୁଙ୍କ ପ୍ରତିପକ୍ଷ ଚାଇନା ଭାରୋତ୍ତୋଳନରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦ୍ୱୀ ବ୍ରୋଞ୍ଚ ପଦକ ଜିତିଥିଲେ। ସୂଚନା ଅନୁସାରେ- ମୀରାବାଈ ଙ୍କୁ ମଣିପୁର ସରକାର ପୋଲିସ ଚାକିରୀ ପ୍ରଦାନ କରିବାନେଇ ଜଣାପଡିଛି |

Breaking News