ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସଂକ୍ରମଣ କାମୁଛି ବଢୁଛି। ଯେଉଁଠି ଅଧିକ ରହୁଛି ସେଠି ଫୋକସ୍ ଦେଇ କମେଇବାକୁ ଚେଷ୍ଟା କରାଯାଉଛି | ଏନେଇ ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଭୁବନେଶ୍ୱରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ କରାଯାଉଛି ଓ ଆଗକୁ ସଂକ୍ରମଣ କମିବ ବୋଲି ସେ ଆଶା କରିଛନ୍ତି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ ହେବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ। ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି । ପ୍ରକାଶଥାଉକି, ଅଗଷ୍ଟ ୧ ତାରିଖ ସକାଳ ଯାଏ ଆଂଶିକ ଲକ୍ଡାଉନ୍ ଜାରି କରିଥିଲେ ରାଜ୍ୟ ସରକାର। ଏଥିରେ କାଟାଗୋରୀ-ଏ ରେ ୨୦ ଜିଲ୍ଲା ଓ କାଟାଗୋରୀ ବି ରେ ୧୦ ଜିଲ୍ଲା ରହିଛି। କାଟାଗୋରୀ ବି ରେ ଥିବା ଜିଲ୍ଲାଗୁଡିକରେ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି। ସୁନ୍ଦରଗଡରେ ପ୍ରତିଷ୍ଠା ହେବ ଦ୍ବିତୀୟ ଏମ୍ସ । ଏଥିପାଇଁ ନିର୍ମାଣ କାମ ଶେଷ ହୋଇଥିବା ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି । ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ । ରାଜ୍ୟ ସରକାର ଜମି ଓ ଅର୍ଥ ବି ଯୋଗାଇ ଦେବାକୁ ରାଜି ଅଛନ୍ତି । କିନ୍ତୁ ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ସୁନ୍ଦରଗଡରେ ଦ୍ବିତୀୟ ଏମ୍ସ ହେଲେ ପଶ୍ଚିମ ଓଡିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ । ମେଡିକାଲ କଲେଜଗୁଡିକୁ ସନ୍ତୁଳିତ ଭାବେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଯେତେ ଶୀଘ୍ର ହେବ ରାଜ୍ୟର ସମସ୍ତ ମେଡିକାଲ ଓ ପାରା ମେଡିକାଲ କଲେଜ ଖୋଲାଯିବ ବୋଲି ଡିଏମଇଟି କହିଛନ୍ତି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..