ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦୈନିକ କରୋନା ସଂକ୍ରମଣ ୩୦ ହଜାର ତଳକୁ ଖସିଛି | ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସେହି ସମୟ ମଧ୍ୟରେ ୪୨,୩୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରୁ ଆରୋଗ୍ୟ ଲାଭ କରିବା ହାର ୯୭.୩୯% ହୋଇଛି। ସୋମବାର ସୁଦ୍ଧା ଦେଶରେ ମୋଟ ୪୫.୯୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେଥିରୁ ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ୨.୩୩% ରହିଥିବା ଜଣାଯାଇଛି। ସେହିଭଳି ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସି ୩,୯୮,୧୦୦ରେ ପହଞ୍ଚିଛି, ଯାହା ୧୨୪ ଦିନ ମଧ୍ୟରେ ସବୁଠାରୁ କମ୍। ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୪.୧୯ କୋଟି ପାନ ଟିକା ଦିଆଯାଇସାରିଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….