ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀରୁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ମୁକାବିଲା ଲାଗି ଅଧିକ ନୋଟ ଛପାଇବା ପାଇଁ କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି | ଅର୍ଥନୀତିକୁ ସଙ୍କଟରୁ ଉଦ୍ଧାରକରିବା ଓ ଜୀବନଜୀବିକାର ସୁରକ୍ଷା ଲାଗି ଅଧିକ ଟଙ୍କା ଛପାଇ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଅନେକ ଅର୍ଥନୀତିଜ୍ଞନ ଓ ବିଶେଷଜ୍ଞ ସରକାରଙ୍କୁ ପରାମର୍ଶ ଦେଇଛନ୍ତି | କିନ୍ତୁ ତାହାକୁ ଗ୍ରହଣ କରିବା ସପକ୍ଷରେ ସରକାର ନଥିବା ଜଣାପଡିଛି | ଲୋକସଭାରେ ଅର୍ଥନୀତି ଉପରେ ଲିଖିତ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ୭.୩% ହ୍ରାସ ପାଇଛି | ମହାମାରୀ ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସତ୍ତ୍ୱେ ଅର୍ଥନୀରେ ଏଭଳି ହ୍ରାସ ଘଟିଛି | ଅର୍ଥନୀତିର ମୂଳ ଦୁଆ ଏବେବି ଦୃଢ ରହିଛି ଏବଂ ଲକଡାଉନ ପରବର୍ତ୍ତୀ ସମୟରେ ସେଥିରେ ସୁଧାର ଧାର ଜାରି ରହିଛି | ଆତ୍ମନିର୍ଭର ଭାରତ ମିଶନ ହିଁ ୨୦୨୦-୨୦୧ରଥିଙ୍କ ବର୍ଷ ଦ୍ଵିତୀୟ ଭାଗରେ ଅର୍ଥନୀତିକୁ ସୁଧାର ପଥରେ ସ୍ଥାନିତ କରିଥିଲା ବୋଲି ସେ କହିଛନ୍ତି | କୋରାନ ମହାମାରୀ ମୁକାବିଲା ଲାଗି କେନ୍ଦ୍ର ସରକାର ୨୯.୮୭ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି | ଅର୍ଥନୀତିରେ ସୁଧାର ଆଣିବା ଲାଗି ଚଳିତ ଆର୍ଥିକ ବର୍ଷର ବଜେଟରେ ମଧ୍ୟ ଅନେକ ବ୍ୟବସ୍ଥା କରାଯାଇଛି | ପୁଞ୍ଜି ବ୍ୟୟରେ ୩୪.୫ ପ୍ରତିଶତ ବୃଢ଼ହି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବ୍ୟୟକୁ ୧୩୭ ପ୍ରତିଶତ ବୃଦ୍ଧି କରାଯଇଛି | ୨୦୧୧ ଜୁନ୍ରେ କେନ୍ଦ୍ର ସରକାର ୬.୨୯ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ ଯାହାର ମୂଳ ଲକ୍ଷ ଥିଲା ସ୍ୱାସ୍ଥ୍ୟ ଭିତ୍ତିଭୁମିକୁ ଦୃଢ କରିବା ଏବଂ ଅଭିବୃଢ଼ହି ଓ ନିଯୁକ୍ତି କ୍ଷେତ୍ରକୁ ବଳ ପ୍ରଦାନ କରିବା | ଅର୍ଥନୀତି ଉପରେ ମହାମାରୀ ଦ୍ଵିତୀୟ ଲହର ପ୍ରଭାବ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସ୍ଥାନୀୟ ଅଂଚଳରେ କଟକଣା ଏବଂ ଦ୍ରୁତ ଗତିରେ ଟୀକାକରଣ କରାଯାଇଥିବାରୁ ଏଥର ପ୍ରଭାବ କମ ରହିବ |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..