ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରପ୍ପା ଇସ୍ତଫା ଦେଇଛନ୍ତି | କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗିରହିଛି | ବିଜେପି ହାଇକମାଣ୍ଡ ଏହାର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି କିଶାନ ରେଡ୍ଡୀଙ୍କ ସହ କର୍ଣ୍ଣାଟକ ଦାୟିତ୍ୱରେ ଥିବା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କୁ ମଙ୍ଗଳବାର ଦିନ ବେଙ୍ଗାଲୁରୁକୁ ପଠାଇବ। ଅପରାହ୍ନ ୫ ଟାରେ ବିଧାୟକଙ୍କ ବୈଠକ ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ଆଶା କରାଯାଉଛି। ବର୍ତ୍ତମାନ କର୍ଣ୍ଣାଟକ ସରକାରରେ କୌଣସି ମନ୍ତ୍ରୀ ପରିଷଦ ନ ଥିବାରୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଚାହୁଁଛି ବୋଲି ସୂତ୍ରରୁ ପ୍ରକାଶ।
Discussion about this post