ରିପୋର୍ଟ କାର୍ଡ / ମୁମ୍ବାଇ
ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବୁଧବାର ମୁମ୍ବାଇ ଏସ୍ପ୍ଲାନେଡ କୋର୍ଟର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସୁଧୀର ଭାଜିପାଲ ରାଜଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ରାଜଙ୍କ ଆଇଟି ମୁଖ୍ୟ ରାୟନ ଥୋରପେଙ୍କ ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି। ମଙ୍ଗଳବାର କୋର୍ଟ ରାଜ କୁନ୍ଦ୍ରାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ହେଲେ ତୃତୀୟ ଥର ରିମାଣ୍ଡରେ ନେବାକୁ କୋର୍ଟ ମନାକରିଦେଇଥିଲେ। ସୂଚନାମୁତାବକ ରାଜଙ୍କ ପାଖରେ ବ୍ରିଟିଶ ନାଗରିକତା ରହିଛି। କାଳେ ସେ ବିଦେଶକୁ ଫେରାର ହୋଇଯିବେ ସେହି ଆଶଙ୍କାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା କୁହାଯାଉଛି। ଅନ୍ୟପଟେ ଏପ୍ରିଲରୁ ହିଁ ରାଜଙ୍କ ପାସପୋର୍ଟକୁ କ୍ରାଇମ୍ ବ୍ରାଞ୍ଚ ଜବତ କରିଥିବା ସୂଚନା ରହିଛି।






More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..