ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ | ପରବର୍ତ୍ତୀ ପର୍ଯ୍ୟାରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି | ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଂଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାର ଫଳ ପ୍ରକାଶନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଉଭୟ ପାଠ୍ୟକ୍ରମର ଫଳାଫଳ ଜୁଲାଇ ୩୧ ତାରିଖ ପରେ ପ୍ରକାଶ ପାଇବ । ଏଥି ପାଇଁ ଅନୁମତି ନିମନ୍ତେ ସୁପ୍ରିମ କୋର୍ଟଙ୍କ ନିକଟରେ ପରିଷଦ ତରଫରୁ ସମୟ ଯାଚିକା ଦାଖଲ କରାଯାଇଛି । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶନ ପାଇଁ ପରିଷଦ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରକାଶ ।ଉଲ୍ଲେଖ ଯୋଗ୍ୟ – ଜୁଲାଇ ୩୧ ସୁଦ୍ଧା ଯୁକ୍ତଦୁଇ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସୁପ୍ରିମ କୋର୍ଟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ |
Discussion about this post