ରିପୋର୍ଟ କାର୍ଡ / ପୁରୀ
ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନାକୁ ପ୍ରତ୍ୟାହାର କରାଯାଇଛି | ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପୁରୀ ବେଳାଭୂମିରେ ହେବନାହିଁ ବିଚ୍ ସ୍ୟାକ୍ସ ଯୋଜନା ବା ମଦ କୁଡ଼ିଆ ଯୋଜନା । ଏହାକୁ ନେଇ ବିଭିନ୍ନ ମହଲରୁ ଉଠିଥିଲା ବିରୋଧର ସ୍ୱର । ବିଚ୍ ସ୍ୟାକ୍ସ ଯୋଜନା କାର୍ଯ୍ୟକାରୀ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା ଜିଲ୍ଲା ପ୍ରଶାସନ । ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥା ବା ଓଟିଡିସି ପକ୍ଷରୁ ବିଚ୍ ସ୍ୟାକ୍ସ ଯୋଜନା ପାଇଁ ପ୍ରସ୍ତାବ ରହିଥିଲା । ଏହା କାର୍ଯ୍ୟକାରୀ ହୋଇଥିଲେ ଗୋଆ ଭଳି ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥା ହୋଇ ଥାଆନ୍ତା । ଶ୍ରୀକ୍ଷେତ୍ରରେ ଏଭଳି ଯୋଜନାକୁ ବିଭିନ୍ନ ସଂଗଠନ ଜୋରଦାର ବିରୋଧ କରିଥିଲେ । ଏବେ ଏହି ଯୋଜନାକୁ ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଛି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….