ରିପୋର୍ଟ କାର୍ଡ / ମାହାଙ୍ଗା
ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏବଂ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନ କ୍ରମେ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭେଡା ପଂଚାୟତ ବରାହିପୁର ଗ୍ରାମର ଯୁବ ସଂଗଠନ ପ୍ରସନ୍ନ କୁମାର ସାମଲଙ୍କୁ ମାହାଙ୍ଗା ବ୍ଲକ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି | ଦାଇତ୍ୱ ନେବା ପରେ ଶ୍ରୀ ସାମଲ ମନ୍ତ୍ରୀ ଜେନା ଏବଂ ଜିଲ୍ଲା ସଭାପତି ଶ୍ରୀ ସାମନ୍ତରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି | ନବନିଯୁକ୍ତ ସାଧାରଣ ସମ୍ପାଦକ ଶ୍ରୀ ସାମଲଙ୍କୁ ବ୍ଲକ ଅଧକ୍ଷ୍ୟ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା , ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଭେଡା ପଂଚାୟତ ବିଜେଡି ସଭାପତି ପ୍ରଦୀପ୍ତ ସିଂହ , ସମିତ ସଭ୍ୟ ଦିଲ୍ଲୀପ ନାୟକ, ୪୦ ନଂ ଜୋନ ବିଜେଡି ସଭାପତି ନିରଞ୍ଜନ ବିଶ୍ୱାଳ, ଜିଲ୍ଲା ଉପ- ସଭାପତି ପ୍ରଶାନ୍ତ ପଟ୍ଟନାୟକ, କୁଣ୍ଡି ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ବିଶ୍ୱାଳ, କଇଥା ସରପଂଚ ଦିଲ୍ଲୀପ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..