ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି | ଲଭଲିନା ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ମହିଳା ୱେଲ୍ଟର ସେମିରେ ତୁର୍କୀର ବୁସେନାଜ ସୁର୍ମେନେଲୀ ୦-୫ ପଏଣ୍ଟରେ ଲଭଲିନାଙ୍କୁ ପରାସ୍ତ କରିଛନ୍ତି। ବୁଧବାର ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କ ପଦକକୁ ମିଶାଇ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ବକ୍ସିଂ ସେମିଫାଇନାଲରେ ଲଭଲିନା ବିଶ୍ୱର ଏକ ନମ୍ବର ବକ୍ସରଙ୍କ ନିକଟରେ ଆଦୌ ତିଷ୍ଠିପାରି ନଥିଲେ। ବୁସେନାଜ ପ୍ରଥମ ରାଉଣ୍ଡ ୫-୦ରେ ଜିତି ନେଇଥିଲେ । ଦ୍ୱିତୀୟ, ତୃତୀୟ ରାଉଣ୍ଡରେ ବି ଲଭଲିନା ହାରି ଯାଇଥିଲେ ।
Discussion about this post