Report Card Odisha

| Daily Odia News

ଆର୍ଜେଣ୍ଟିନା ଠାରୁ ହାରିଲା ଭାରତୀୟ ମହିଳା ହକି ଟିମ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ସେମି ଫାଇଲାନକୁ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ | ବୁଧବାର ଆର୍ଜେଣ୍ଟିନା ଠାରୁ ଭାରତୀୟ ମହିଳା ହକି ଦଳ ପରାସ୍ତ ହୋଇଛି । ଆର୍ଜେଣ୍ଟିନା ଭାରତକୁ ୨-୧ରେ ହରାଇ ଫାଇନାଲ୍‌କୁ ପ୍ରବେଶ କରିଛି । ତେବେ ଭାରତୀୟ ମହିଳା ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ । ଆସନ୍ତା ୬ ତାରିଖରେ ସମୟ ସକାଳ ୭ଟାରେ ଭାରତୀୟ ଦଳ ଗ୍ରେଟ୍‌ ବ୍ରିଟେନ୍‌ ଦଳକୁ ଭେଟିବ । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲା । ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଦଳକୁ ମିଳିଥିବା ପ୍ରଥମ ପେନାଲଫି କର୍ଣ୍ଣରକୁ ଗୁରୁଜିତ୍‌ କୌର ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ ରଖିଥିଲେ । ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଭଲ ଖେଳ ପ୍ରଦର୍ଶନ କରି ୨-୧ରେ ବିଜୟ ହୋଇଥିଲା ।

Breaking News