ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ୧୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୫୬୭ ଜଣ ରହିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮୩୫୨୩ ରେ ପହଞ୍ଚିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଅନଗୁଳ ଜିଲ୍ଲାରୁ ୩୦, ବାଲେଶ୍ୱର ୫୯, ବରଗଡ ୮, ଭଦ୍ରକ ୪୦, ବଲାଙ୍ଗିର ୩ ଏବଂ କଟକ ଜିଲାରୁ ୧୬୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୩, ଢେଙ୍କାନାଳ ୧୯, ଗଜପତି ୪, ଗଞ୍ଜାମ ୯, ଜଗତସିଂହପୁର ୭୮, ଯାଜପୁର ୬୬, ଝାରସୁଗୁଡା ୩, କଳାହାଣ୍ଡି ୩ ଓ କନ୍ଧମାଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ରାପଡାରୁ ୪୩, କେନ୍ଦୁଝର ୨୩, ଖୋର୍ଦ୍ଧା ୪୭୭, କୋରାପୁଟ ୧୧, ମାଲକାନଗିରି ୭, ମୟୁରଭଞ୍ଜ ୪୧, ନବରଙ୍ଗପୁର ୨, ନୟାଗଡରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୂଆପଡାରୁ ୩, ପୁରୀ ୫୫, ରାୟଗଡା ୧୮, ସମ୍ବଲପୁର ୧୮, ସୋନପୁର ୪ ଓ ଷ୍ଟେଟପୁଲରୁ ୧୦୫ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୩୫୧୬ ସକ୍ରିୟ କରୋନା ରୋଗୀ ରହିଛନ୍ତି।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..