ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଦୀର୍ଘ ୪୧ ବର୍ଷ ପରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ | ଟୋକିଓ ଅଲମ୍ପିକ୍ସ ରେ ଭାରତ ପୁରୁଷ ହକି ଦମଦାର ବିଜୟ | ଜର୍ମାନୀକୁ ୪-୫ ରେ ଗୋଲରେ ହରାଇ ବ୍ରୋଞ୍ଜ ଜିତିଲା ଭାରତ | ମ୍ୟାଚ ପ୍ରାରମ୍ଭରେ ଜର୍ମାନୀ ଖେଳାଳୀମାନେ ଭାରତୀୟଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଏକଦା ଜର୍ମାନୀ ୩-୧ ରେ ଆଗୁଆ ରହି ନୈରାଶ୍ୟ ଖେଳାଇ ଦେଇଥିଲା । ତେବେ ପରେପରେ ଭାରତୀୟ ଖେଳାଳୀମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ସିମ୍ରନଜିତ, ରୂପିନ୍ଦର, ହରମନପ୍ରୀତ, ହାର୍ଦ୍ଧିକ ସିଂଙ୍କ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରି ପାରିଥିଲା । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ସେମି ଫାଇନାଲକୁ ଯାଇଥିଲା । ଓଡିଶା ପାଇଁ ଏହା ଏକ ଗୌରବମୟ ଦିନ । ଓଡିଶା ସରକାର ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଅଛନ୍ତି । ହକି ଟିମର ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଅପରପକ୍ଷରେ ଆଜି ମହିଳା ହକି ଦଳ ମଧ୍ୟ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳିବ ।
Discussion about this post