ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି ପରସ୍ପର କେହି କାହାସହିତ କଥା ହେଉନାହାଁନ୍ତି । ଏହା ଭିତରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଦୁହେଁ ଏକାଠି ରହିବାକୁ ଇଛା କରୁଛନ୍ତି କି !! ଶୁକ୍ରବାର ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମ ଦିନ ଥିଲା । ଟ୍ୱିଟ୍ବରେ ର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଦେଖନ୍ତୁ ଟ୍ୱିଟ୍ କରି ବର୍ଷାଙ୍କ ଉଦ୍ଦେଶ୍ୟରେ କଣ ଲେଖିଛନ୍ତି ଅନୁଭବ| Varsha what if we couldn’t be good husband & wife, we should remain good friends 4ever! I, on behalf of my family, fans, supporters, wish u a fabulous birthday, May Mahaprabhu Shree Jagannath bless u with good health, every success & 4ever happiness | ‘ବର୍ଷା. ଆମେ ଦୁହେଁ ଭଲ ସ୍ୱାମୀ ଓ ସ୍ତ୍ରୀ ନହେଲେ କଣ ହେଲା । ଆମେ ସବୁବେଳେ ଭଲ ସାଙ୍ଗ ହୋଇ ରହି ପାରିବା । ମୁଁ ମୋ ପରିବାର, ଫ୍ୟାନ, ଶୁଭେଚ୍ଛୁଙ୍କ ପକ୍ଷରୁ ତୁମକୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି ।’ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଉତ୍ତମ ସ୍ୱାସ୍ଥ୍ୟ ସବୁବେଳେ ଖୁସିର ରଖି ସଫଳତା ଦିଅନ୍ତୁ ବୋଲି ଲେଖିଛନ୍ତି ଅନୁଭବ । ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବର୍ଷାଧିକ ସମୟ ହେଲା ବିବାଦ କୋର୍ଟରେ ଚାଲିଛି । କଟକ ପରିବାର ଅଦାଲତରେ ଉଭୟଙ୍କ କାଉନସେଲିଂ ଚାଲିଥିବା ବେଳେ ଦିନ ଗଡ଼ି ଗଡ଼ି ଚାଲିଛି । ଅନ୍ୟପଟେ ଫ୍ୟାନ୍ ଅନାଇ ବସିଛନ୍ତି ପୁଣି କେବେ ଏକାଠି ହେବ ଓଲିଉଡର ଏହି ହିଟ୍ ଯୋଡ଼ି
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….