ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୩ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି । ଆଲୋଚନା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମଣ ଯୋଗୁଁ ଦୀର୍ଘ ୩ ମାସ ହେଲା ବନ୍ଦ ରହିଛି ସମସ୍ତ ମନ୍ଦିର । ତେବେ ଅଗଷ୍ଟ ଗାଇଡ୍ ଲାଇନ୍ ରେ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲେ । ସେହି କ୍ରମରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାକୁ ଲାଗିଛି । ଏହି ଅନୁସାରେ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……