ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ସଚିନ ପାଇଲଟ୍ ଜଣେ ଭଲ ନେତା। ସେ ନିଜର କିଛି ସାଥୀଙ୍କ ସହ ଶୀଘ୍ର ବିଜେପିରେ ସାମିଲ ହେବେ। ଏନେଇ ରବିବାର ଭାରତୀୟ ଜନତା ପାର୍ଟିର ଜାତୀୟ ଉପାଧ୍ୟକ୍ଷ ଏପି ଅବଦୁଲ୍ଲାକୁଟ୍ଟୀ କହିଛନ୍ତି । ସେ ଏହି ବୟାନ ଏମିତି ସମୟରେ ଦେଇଛନ୍ତି, ଯେଉଁ ସମୟରେ କଂଗ୍ରେସରେ ସଚିନ ପାଇଲଟ୍ଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଅଶୋକ ପାଇଲଟ୍ଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଗତ ବର୍ଷ ପାଇଲଟ୍ ଦଳରେ ବିଦ୍ରୋହ କରିଥିଲେ। ବିଜେପିରେ ସାମିଲ ହେବାର କଳ୍ପନା ଜଳ୍ପନା ମଧ୍ୟରେ ପାର୍ଟି ନେତୃତ୍ଵ ତାଙ୍କୁ ମନାଇବାରେ ସକ୍ଷମ ହୋଇଥିଲେ। ଅବଦୁଲ୍ଲାକୁଟ୍ଟୀ ଏଠାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସଚିନ୍ ପାଇଲଟ୍ ଜଣେ ଭଲ ନେତା। ମୋତେ ଲାଗୁଛି ସେ ଆଗାମୀ ଦିନରେ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହେବେ। ଅବଦୁଲ୍ଲାକୁଟ୍ଟୀ ଜୟପୁରରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ କମିଟିରେ ଯୋଗ ଦେବାକୁ ଆସିଥିବା ବେଳେ ଏହି କଥା କହିଛନ୍ତି। ପାଇଲଟ୍ ବିଜେପିରେ ସାମିଲ ହେବା ନେଇ ଗତ ବର୍ଷ ଖୁବ୍ ଚର୍ଚ୍ଚା ଧରିଥିଲା। ତାଙ୍କ ନେତୃତ୍ଵରେ କିଛି ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ହେଲେ ପାଇଲଟ୍ ଏହି ଧରଣର କୌଣସି ପ୍ରକାରର ସମ୍ଭାବନାକୁ ସଂପୂର୍ଣ୍ଣ ଖାରଜ କରିଥିଲେ। ଚଳିତ ବର୍ଷ ଜୁନରେ ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀ ମଧ୍ୟ କହିଥିଲେ ଯେ, ରାଜସ୍ଥାନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତା ବିଜେପିରେ ସାମିଲ ହୋଇ ପାରନ୍ତି। ଏହା ଉପରେ ପାଇଲଟ୍ ତାତ୍ସଲ୍ୟ କରି କହିଥିଲେ ଯେ, ହୋଇପାରେ ବିଜେପି ନେତା ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ। ବହୁଗୁଣାଙ୍କ ତାଙ୍କ ସହ କଥା ହେବାର ସାହାସ ନାହିଁ।






More Stories
ଖୁବ୍ଶୀଘ୍ର ଆସୁଛି ଇ-ବାଇକ୍ ଦିଦି ଯୋଜନା…..
ରାଗିଗଲେ ମୁଖ୍ୟ ବିଚାରପତି……
କୃଷକଙ୍କୁ ବଡ଼ ଭେଟି…..