ରିପୋର୍ଟ କାର୍ଡ / କଟକ
କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମର ବ୍ରାଉନସୁଗାର । ଯାହାର ମୂଲ୍ୟ କୋଟିଏ ଟଙ୍କାର ହେବ। ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ପୋଲିସ ଗିରଫ କରିଛି । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ । ଗତକାଲି ଅପରାହ୍ଣରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଚଢ଼ାଉ ହୋଇଥିଲା । ଗିରଫ ୬ ଅଭିଯୁକ୍ତଙ୍କ ଭିତରେ ୪ ଜଣ ଜଗତସିଂହପୁର ଜିଲ୍ଲାର ଅଛନ୍ତି । ଜଣେ ପୁରୀ ଓ ଜଣେ କଟକର । ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି । ଜଳେଶ୍ୱର ଅଞ୍ଚଳରୁ ଆସିଥିଲା ବ୍ରାଉନସୁଗର । ଏସବୁକୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ଚାଲାଣ ହବାର ଥିଲା । ତାପୂର୍ବରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ରାଜ୍ୟର କେୁଁ ସବୁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ଅଧିକ ଖୋଳତାଡ ଜାରି ରହିଛି ପୋଲିସ ।
Discussion about this post