ରିପୋର୍ଟ କାର୍ଡ / କେନ୍ଦୁଝର
ଭିଜିଲାନ୍ସ ଜାଲରେ ପଡିଛନ୍ତି ଏସଏସଏର ବରିଷ୍ଠ ବୈଷୟିକ ପରାମର୍ଶଦାତା | ମଙ୍ଗଳବାର ସକାଳେ ବରିଷ୍ଠ ବୈଷୟିକ ପରାମର୍ଶଦାତା କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ଭାବେ ତାଙ୍କ ଘର ସହ କେନ୍ଦୁଝର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି କାମରେ ୪ଟି ଭିଜିଲାନ୍ସ ଟିମ ନିୟୋଜିତ ହୋଇଛନ୍ତି। ୪ଟି ଭିଜିଲାନ୍ସ ଟିମରେ ୨ଜଣ ଡିଏସପି, ୪ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ରହିଛନ୍ତି। ନିଜ ଆୟଠାରୁ ତାଙ୍କ ପାଖରେ ଅଧିକ ସମ୍ପତ୍ତି ସହ ଗୋଟେ ଦୁଇ ମହଲା କୋଠା ଓ ୨ଟି କାର ରହିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ କ୍ଷେତ୍ରବାସୀ ମହନ୍ତ। ଏବେ ଛାନଭିନ ଜାରି ରହିଥିବା ବେଳେ ସବିଶେଷ ସମ୍ପତ୍ତିିର ତଥ୍ୟ ଛାନଭିନ ପରେ ଜଣାପଡ଼ିପାରିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..