Report Card Odisha

| Daily Odia News

କଂଗ୍ରେସର ନେତୃତ୍ୱ ବଦଳିଲେ ଦଳର ପୁନଃଉଧାର:କଂଗ୍ରେସ ନେତା,ବିରୋଧୀ ଏକାଠି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୋଦି ସରକାରଙ୍କ ବିରୁଦ୍ଧରେ ଏକାଠି ହେବାକୁ ବିରୋଧୀ ବଡ ଧରଣର ଯୋଜନା କରୁଥିବା ନେଇ ଚର୍ଚ୍ଚା | ବରିଷ୍ଠ କଂଗ୍ରେସ ନେତା କପିଳ ଶିବଲଙ୍କ ଦ୍ବାରା ଆୟୋଜିତ ଡିନର ପାର୍ଟିରେ ବିଭିନ୍ନ ଦଳରୁ ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । କୁହାଯାଉଛି ଯେ, ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବା ପାଇଁ ଏହି ବୈଠକ କରାଯାଇଥିଲା । ଏହି ରାତ୍ରି ଭୋଜନ ସମୟରେ କଂଗ୍ରେସହ କୁ ନେଇ ପ୍ରଶ୍ନ ଉଠିଛି | କହିଛନ୍ତି କି ନେତୃତ୍ୱ ବଦଳିଲେ ଦଳର ପୁନଃଉଧାର ହୋଇପାରିବ | ଯଦି ଗାନ୍ଧୀ ପରିବାର କେହି ନେତୃତ୍ୱ ନ ନିୟନ୍ତି ତାହେଲେ କଂଗ୍ରେସ ପୁଣି ଉଠି ପାରିବ ବୋଲି ଆଲୋଚନା ହୋଇଛି | ଶିବଲଙ୍କ ଡିନର ପାର୍ଟିରେ ଜି-୨୩ର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଯେଉଁମାନେକି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସଂଗଠନ ମଜବୁତ କରିବା ପାଇଁ ପତ୍ର ଲେଖିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି | ତାଙ୍କ ଅନୁପସ୍ଥିତିରେ ବରିଷ୍ଠ ନେତାମାନେ ଏକାଠି ହୋଇଛନ୍ତି । ଆସନ୍ତା ୟୁପି ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନରେ ବିଜେପିରୁ ମାତ୍‌ ଦେବାକୁ ଏକାଠି ହୋଇଥିବା କହିଛନ୍ତି କଂଗ୍ରେସ ନେତା । ବୈଠକରେ ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବ, ଏନ୍‌ସିପି ନେତା ଶରଦ ପାଓ୍ବାରା, ଏସ୍‌ପି ନେତା ଅଖିଳେଶ ଯାଦବ ଏବଂ ରାମଗୋପାଳ ଯାଦବ, କମ୍ୟୁନିଷ୍ଟ ପାର୍ଟି ନେତା ଡି. ରାଜା, ନେସନାଲ କନଫରେନ୍ସ ପାର୍ଟି ନେତା ଉମର ଅବଦୁଲ୍ଲାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିବସେନା ନେତା ସଞ୍ଜୟ ରାଉତ, ଆପ୍‌ ଦଳର ସଞ୍ଜୟ ସିଂହ, ଟିଏମ୍‌ସି ନେତା କଲ୍ୟାଣ ବାନାର୍ଜୀ ଏବଂ ଡେରିକ ଓବ୍ରାଇନ୍, ବିଜେଡି ନେତା ପିନାକୀ ମିଶ୍ର ଏବଂ ଅମର ପଟ୍ଟନାୟକ, ଦ୍ରୁମୁକର ତିରୁଚି ଶିବା ଏବଂ ଏଲନଗୋବନ, ରାଷ୍ଟ୍ରୀୟ ଲୋକଦଳର ଜୟନ୍ତ ଚୌଧୁରୀ ଏବଂ ଟିଆରଏସ୍‌ର ନେତା ମଧ୍ୟ ରାତ୍ରିଭୋଜନରେ ସାମିଲ ହୋଇଥିଲେ । ଏହା ବ୍ୟତିତ ଜି-୨୩ ନେତାମାନଙ୍କ ମଧ୍ୟରେ, ଗୁଲାମ ନବୀ ଆଜାଦ, ଭୁପିନ୍ଦର ସିଂହ ହୁଡ୍ଡା, ଆନନ୍ଦ ଶର୍ମା, ମୁକୁଳ ଓ୍ବାସନିକ୍‌, ପୃଥ୍ବୀରାଜ ଚୌହାନ୍‌, ମନୀଷ ତିଓ୍ବାରୀ ଏବଂ ଶଶି ଥରୁର ମଧ୍ୟ ସାମିଲ ହୋଇଥିଲେ । ଶୀର୍ଷ କଂଗ୍ରେସ ନେତୃତ୍ବଙ୍କ ସହ ଜି-୨୩ ନେତାଙ୍କ ଏହା ହେଉଛି ପ୍ରଥମ ବୈଠକ । ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ମୁଦ୍ଦାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ଏହା ସହିତ ଆସନ୍ତା ୟୁପି ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ମାନସମନ୍ଥନ କରାଯାଇଛି । ଏହା ସହିତ ଦେଶରେ ଗରିବୀକୁ ନେଇ ମଧ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରାଯାଇଥିବା ସୂତ୍ରରୁ ଜଣାପଡିଛି ।

Breaking News