ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଯୁକ୍ତ ୨ ନାମଲେଖା ପାଇଁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା । ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ । ସେପ୍ଟେମ୍ବର ୫ ତାରିଖ ରହିଛି ଆବେଦନର ଶେଷ ତାରିଖ । ଅନ୍ଲାଇନ୍ରେ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ନମ୍ବରକୁ ସାମ୍ସ ପୋର୍ଟାଲରେ ପଞ୍ଜିକରଣ କରିବେ । କାରଣ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଯିବ । କଲେଜ ଚୟନ ପୂର୍ବରୁ ନାମଲେଖା ଫି’ ଯାଞ୍ଚ କରିବାକୁ କୁହାଯାଇଛି । ଆବେଦନ ପ୍ରକ୍ରିୟା ସରିବା ପରେ ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟମ୍ୱର ୧୪ରୁ ୨୧ ତାରିଖ ଭିତରେ ନାମଲେଖା ହେବ । ସେପ୍ଟେମ୍ୱର ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ବାହାରିବା ପରେ ଏଥିପାଇଁ ୨୯ ତାରିଖରୁ ଅକ୍ଟୋବର ୧ ଯାଏ ଆଡମିସନ୍ ହେବ । ଅକ୍ଟୋବର ୪ ତାରିଖରେ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଟୋଲ୍ ଫ୍ରି ନମ୍ୱର ୧୮୦୦-୩୪୫-୬୭୭୦ ଜାରି କରାଯାଇଛି । ଚଳିତବର୍ଷ ମାଟ୍ରିକରେ ପାସ୍ ହାର ଅଧିକ ଥିବାରୁ ରାଜ୍ୟ ସରକାର କଲେଜଗୁଡ଼ିକରେ ଭିତ୍ତିଭୂମି ଅନୁସାରେ ପାଖାପାଖି ୫୫ହଜାର ସିଟ୍ ବଢ଼ାଇଛନ୍ତି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ