ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ପୋଲିସର ବରିଷ୍ଠ ଆଇପିଏସ୍ ସ୍ତରରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ୧୦୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ୨୦୨୧ ବର୍ଷ ପାଇଁ ମହାନିର୍ଦ୍ଦେଶକଙ୍କ ସମ୍ମାନ ପ୍ରଦାନ କରାଯିବା ଲାଗି ମନୋନୀତ କରାଯାଇଛି। ପୋଲିସଙ୍କୁ ସ୍ବାଧୀନତା ଦିବସ ଅବସରରେ ମହାନିର୍ଦ୍ଦେଶକଙ୍କ ସମ୍ମାନ ପ୍ରଦାନ କରାଯିବ | ଏନେଇ ପୋଲିସ ମୁଖ୍ୟକାର୍ଯ୍ୟଳୟରୁ ୧୦୦ ଜଣ ପୋଲିସ ଧିକାରୀ ଓ କର୍ମଚାରୀ ନାମ ଘୋଷଣା କରାଯାଇଛି। କେନ୍ଦ୍ରାଞ୍ଚଳ ମହାନିରୀକ୍ଷକ ନରସିଂହ ଭୋଳ, ବଲାଙ୍ଗିର ପୋଲିସ ଅଧୀକ୍ଷକ କୁଶାଲକର ନିତିନ୍ ଡାଗ୍ଡୁ, କଳାହାଣ୍ଡି ପୋଲିସ ଅଧୀକ୍ଷକ ଡ. ସରଭଣା ବିବେକ ଏମ୍, ଦୁର୍ନୀତି ନିବାରଣ ସହକାରୀ ମହାନିରୀକ୍ଷକ ଅନିଲ୍ କୁମାର ପାତ୍ର, ୪ର୍ଥ ଏସ୍ଏସ୍ ବାଟାଲିଅନ୍ର ଦୁର୍ଗପତି ଦୁର୍ବାସା ନାୟକ, ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଅଧୀକ୍ଷକ ପ୍ରକାଶ କୁମାର ନାୟକ, ସହକାରୀ ପୁଲିସ ଆୟୁକ୍ତ ତାପସ ଚନ୍ଦ୍ର ପ୍ରଧାନ, ନୟାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଶୁୁଭେନ୍ଦୁ ସିହ୍ନା, ସ୍ବତନ୍ତ୍ର ଶାଖାର ଉପଅଧୀକ୍ଷକ ଅବନୀ କୁମାର ମହାନ୍ତିଙ୍କୁ ମିଶାଇ ୧୦ ଜଣ ଉପଅଧୀକ୍ଷକଙ୍କୁ ମହାନିର୍ଦେଶକ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ୧୩ ଜଣ ନିରୀକ୍ଷକ ସ୍ତରର ଅଧିକାରୀ, ୨ ଜଣ ସୁବେଦାର, ୧୦ ଜଣ ଉପନିରୀକ୍ଷକ, ଜଣେ ଉପସୁବେଦାର, ୬ ଜଣ ସହକାରୀ ଉପନିରୀକ୍ଷକ, ଜଣେ ହାବିଲ୍ଦାର ମେଜର, ୮ ଜଣ ହାବିଲ୍ଦାର, ୨୪ ଜଣ କନଷ୍ଟେବଳ, ଜଣେ ସହାୟକ ଗାଡ଼ିଚାଳକ , ୨ ଜଣ କମାେଣ୍ଡା ୨ ଜଣ ସିପାହି, ୧୦ଜଣ ଓଏପିଏଫଙ୍କୁ ମନୋନୀତ କରାଯାଇଛି।
Discussion about this post