ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅତ୍ୟାଧୁନିକ ସାଟେଲାଇଟ୍ ଜିସାଟ୍ -୧ର ଉତକ୍ଷେପଣ ବିଫଳ ହୋଇଛି । ଅଧାରେ ଅଟକିଲା EOS-୦୩ | ଜିସାଟ୍ -୧କୁ ସଫଳ ଉତକ୍ଷେପଣ କରି ଇତିହାସ ରଚିବାକୁ ଇସ୍ରୋ ଯେଉଁ ଳକ୍ଷ୍ୟରେ ରଖିଥିଲା | ଗୁରୁବାର ସେଥିରେ ବିଫଳ ହୋଇଛି । ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହାର ଉତକ୍ଷେପଣ କରାଯାଇଥିଲା । କିନ୍ତୁ ମିସନ୍ ସମୟର ୧୦ ସେକେଣ୍ଡ ପୂର୍ବରୁ ଏହା ଖରାପ ହୋଇଯାଇଥିଲା । ଇସ୍ରୋ ଏହି ଉପଗ୍ରହକୁ ୫ଟା ୪୩ରେ ସଫଳତା ପୂର୍ବକ ଉତକ୍ଷେପଣ କରିଥିଲା । ସବୁ କାମ ନିଜର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇଥିଲା । ପୂରା ଯାତ୍ରା ୧୮.୩୯ ମିନିଟର ଥିଲା । କିନ୍ତୁ ଶେଷ ସମୟରେ ଅଲଗା ହେବା ପୂର୍ବରୁ କ୍ରାୟୋଜେନିକ ଇଂଜିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହି କାରଣରୁ ଇସ୍ରୋକୁ ତଥ୍ୟ ମିଳିବା ବନ୍ଦ ହୋଇଯାଇଥିଲା । ଲାଇଫ ପ୍ରସାରଣ ଦେଖିବାରେ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପରେ ଘୋଷଣା କରାଗଲା ଯେ, EOS-03 ମିଶନ ଆଂଶିକ ଭାବେ ବିଫଳ ହୋଇଛି । ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିଥାନ୍ତା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଫେଲ୍ ମାରିଛି । ଏହି ଉପଗ୍ରହ ଅଭିଯାନ ସଫଳ ହୋଇଥିଲେ ତାହା ଭୂପୃଷ୍ଠର ବିସ୍ତୀର୍ଣ୍ଣ ଅଞ୍ଚଳ ସମ୍ପର୍କରେ ନିୟମିତ ବ୍ୟବଧାନରେ ବାସ୍ତବ ସମୟ ଭିତ୍ତିକ ଫଟୋଚିତ୍ର ପଠାଇଥାନ୍ତା । ତାହାକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ, ଝଡବାତ୍ୟା ସମ୍ପର୍କରେ ନିରୀକ୍ଷଣ, ବାଦଲ ଫାଟିବା ଏବଂ କୁଆପଥର ବର୍ଷା ଆଦି ସମ୍ପର୍କରେ ସଠିକ ତଥ୍ୟ ସହିତ ଆଗୁଆ ସତର୍କ ସୂଚନା ମିଳିପାରିଥାନ୍ତା । ଏହା ପୂର୍ବରୁ ୨୦୨୦ ନଭେମ୍ବରରେ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ ଇଏସଏସ-୦୧କୁ ‘ପିଏସଏଲଭି-ସି୪୯’ ସହାୟତାରେ ସଫଳତାର ସହିତ ମହାକାଶକୁ ପଠାଯାଇଥିଲା। ଏହି ନୂତନ ଉପଗ୍ରହ କୃଷି, ଜଙ୍ଗଲ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ବିଶେଷ ସହାୟକ ହୋଇଥାନ୍ତା ବୋଲି ଇସ୍ରୋ ପକ୍ଷରୁ ପୂର୍ବରୁ ସୂଚନା ମିଳିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….