ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ ହୋଇଥିବା ଜଣାଯାଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିବା ବେଳେ ଏସିଡ ମାଡ଼ର କାରଣ ଅସ୍ପଷ୍ଠ ରହିଛି । ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏହି ଘଟଣା ଘଟିଥିବା ଜଣାଯାଇଛି। ପୋଲିସ ପ୍ରାଥମିକ ସୂଚନା ଅନୁଯାୟୀ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ । ତେବେ କେଉଁ କାରଣରୁ ଯୁବକଜଣକ ଯୁବତୀଙ୍କ ଉପରକୁ ଏସିଡ ମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..