Report Card Odisha

| Daily Odia News

ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗିଲା ଯୁବକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ ହୋଇଥିବା ଜଣାଯାଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିବା ବେଳେ ଏସିଡ ମାଡ଼ର କାରଣ ଅସ୍ପଷ୍ଠ ରହିଛି । ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏହି ଘଟଣା ଘଟିଥିବା ଜଣାଯାଇଛି।  ପୋଲିସ ପ୍ରାଥମିକ ସୂଚନା ଅନୁଯାୟୀ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ । ତେବେ କେଉଁ କାରଣରୁ ଯୁବକଜଣକ ଯୁବତୀଙ୍କ ଉପରକୁ ଏସିଡ ମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି |

Breaking News